ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଦିନ ୧୧ଟାରୁ ଖୋଲିବ ସାମସ ପୋର୍ଟାଲ। www.samsodisha.gov.inରେ ଫର୍ମ ଉପଲବ୍ଧ ହେବ। ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର ୧୩ ତାରିଖ ଦିନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୧୪ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୨୭ ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ୨୯ସେପ୍ଟେମ୍ବରରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଦ୍ୱିତୀୟ ପଯର୍ୟାୟ ନାମଲେଖା ହେବ। ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ତାଲିକା ଓ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ ଓ ୫ରେ ପଞ୍ଜୀକରଣ କରିବେ । ଅକ୍ଟୋବର ୫ରେ ସ୍ପଟ ଆଡମିଶନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପରେ ମନୋନୀତ ଛାତ୍ରଛାତ୍ରୀମାନେ ଅକ୍ଟୋବର ୭ରେ ନାମ ଲେଖାଇବେ। ଅକ୍ଟୋବର ୮ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ।
The post ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ appeared first on Odisha Reporter.
from Odisha Reporter https://ift.tt/3s9PhFM
No comments:
Post a Comment