ହଙ୍ଗାମା ଯୋଗୁ ରାଜ୍ୟସଭାର ୭୬ ଘଣ୍ଟା ଓ ଲୋକସଭାର ୭୪ ଘଣ୍ଟା ନଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 11, 2021

ହଙ୍ଗାମା ଯୋଗୁ ରାଜ୍ୟସଭାର ୭୬ ଘଣ୍ଟା ଓ ଲୋକସଭାର ୭୪ ଘଣ୍ଟା ନଷ୍ଟ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶକୁ ଦୁଇ ଦିନ ଆଗରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦିଆଯାଇଛି। ଅଧିବେଶନ ଆରମ୍ଭ ଦିନଠାରୁ ହିଁ ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ଜାରି ରହିଥିଲା। ଶେଷରେ ବୁଧବାର ରାଜ୍ୟସଭା ଓ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।

ପେଗାସସ୍‌ ଠାରୁ ଆରମ୍ଭ କରି ଚାଷୀଙ୍କ ସମସ୍ୟା ଓ ଦର ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ନାରାବାଜୀ କରିବାରୁ ଗୃହ ଗୋଟିଏ ଦିନ ବି ସ୍ୱାଭାବିକ ଭାବେ ଚାଲି ପାରି ନଥିଲା। ଏହାକୁ ସରକାର ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଛି।

ହଙ୍ଗାମା ଓ ନାରାବାଜୀ ଯୋଗୁ ରାଜ୍ୟସଭାର ୭୬ ଘଣ୍ଟା ଓ ଲୋକସଭାର ୭୪ ଘଣ୍ଟା ଧୋଇ ହୋଇଯାଇଛି। ଏହି ସମୟରେ କୌଣସି କାମ ହୋଇପାରି ନାହିଁ। ଉଭୟ ସଦନ ମୁଲତବୀ ହେବା ପରେ ରାଜ୍ୟସଭା ପକ୍ଷରୁ କୁହାଯାଇଛି ଯେ ମୌସୁମୀ ଅଧିବେଶନ ସମୟରେ ଗୃହର ୭୬ ଘଣ୍ଟା ୨୬ ମିନିଟ୍ ପାଣିରେ ପଡ଼ିଛି।

ଏହି ସମୟରେ କୌଣସି ପ୍ରକାରର କାମ ହୋଇନାହିଁ। ଗୃହ କାର୍ଯ୍ୟ ମାତ୍ର ୨୮% ସଫଳ ହୋଇଛି। ପୂର୍ବ ୫ ଅଧିବେଶରେ ଗୃହ କାର୍ଯ୍ୟର ସଫଳତା ୯୫% ରହିଥିଲା। ଚଳିତ ଅଧିବେଶନରେ ଗୃହ କାର୍ଯ୍ୟ ପାଇଁ ୧୦୨ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଗୃହ କେବଳ ୨୮ ଘଣ୍ଟା ୨୧ ମିନିଟ୍‌ ସ୍ୱାଭାବିକ ଭାବେ କାମ କରିପାରିଛି।

ରାଜ୍ୟସଭାର ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧିବେଶନ ସମୟରେ ୧୭ ଥର ବୈଠକ କରିଛି। ଏହି ବୈଠକ ଗୁଡ଼ିକର ହାରାହାରି ଉପସ୍ଥାନ ୫୪.୪୫% ରହିଛି। ଯାହା ରାଜ୍ୟସଭା ଇତିହାସରେ ସର୍ବାଧିକ। ଗୃହରେ ନାରାବାଜୀ ଓ ହଟ୍ଟଗୋଳ ଯୋଗୁ ୪୦୬ ଶୂନ୍ୟକାଳ ଓ ସ୍ପେଶାଲ ମେନସନ ନଷ୍ଟ ହୋଇଛି।

ଅନ୍ୟପକ୍ଷରେ ଲୋକସଭାରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ପୂରା ମୌସୁମୀ ଅଧିବେଶନରେ ଦେଖିବାକୁ ମିଳିଥିଲା। ମୌସୁମୀ ଅଧିବେଶନ ସମୟରେ ଲୋକସଭାର କାର୍ଯ୍ୟ ପାଇଁ ୯୬ ଘଣ୍ଟା ଧାର୍ଯ୍ୟ କରାଯାଇଥିଲା। ହେଲେ ଗୃହ କେବଳ ୨୧ ଘଣ୍ଟା ୧୪ ମିନିଟ୍‌ ଚାଲି ପାରିଛି। ଏହାର ଅର୍ଥ ଲୋକସଭାର ୭୪ ଘଣ୍ଟା ୪୬ ମିନିଟ୍ ପାଣିରେ ପଡ଼ିଛି। ଗୃହ କାର୍ଯ୍ୟର ସଫଳତା ମାତ୍ର ୨୨% ରହିଛି। ଯାହା ଲୋକସଭା ଇତିହାସରେ ସର୍ବନିମ୍ନ।

ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ଚଳିତ ଅଧିବେଶନରେ ୧୩ଟି ବିଲ୍‌ ଉପସ୍ଥାପନ କରାଯାଇଥିଲା। ରାଜ୍ୟସଭା ଓ ଲୋକସଭାରେ ମୋଟ ୨୦ଟି ବିଲ୍‌ ପାସ୍‌ ହୋଇଛି।

ସୂଚନାଯୋଗ୍ୟ, ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ଅଗଷ୍ଟ ୧୩ ଯାଏ ଚାଲିବାର ଥିଲା। କିନ୍ତୁ ପେଗାସସ ରିପୋର୍ଟକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ। ଏଥିସହ ଦରଦାମ ବୃଦ୍ଧି ଓ କୃଷି ଆଇନ ପ୍ରସଙ୍ଗରେ ମଧ୍ୟ ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ। ଏହି କାରଣରୁ ପ୍ରଥମ ଦିନରୁ ହିଁ ଗୃହ ବାରମ୍ବାର ମୁଲତବୀ ହୋଇ ଚାଲିଥିଲା।

The post ହଙ୍ଗାମା ଯୋଗୁ ରାଜ୍ୟସଭାର ୭୬ ଘଣ୍ଟା ଓ ଲୋକସଭାର ୭୪ ଘଣ୍ଟା ନଷ୍ଟ appeared first on Odisha Reporter.



from Odisha Reporter https://ift.tt/3sduWQe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages