ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ କରୋନା କୋପ କମୁ ନ ଥିବା ବେଳେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି ଡେଙ୍ଗୁ । ନୂଆ ନୂଆ ଅଞ୍ଚଳରୁ ପୁଳା ପୁଳା ଡେଙ୍ଗୁ ରୋଗୀ ବାହାରୁଥିବା ବେଳେ ଏହା ବିଏମ୍ସି ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୫୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି।
ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ସାଧାରଣତଃ ଡେଙ୍ଗୁ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରୁହେ। କିନ୍ତୁ ଶୈଳଶ୍ରୀବିହାର ଓ ନିଳାଦ୍ରୀ ବିହାରକୁ ବାଦ୍ ଦେଇ ମଧ୍ୟ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାରେ ହେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ଯାହାକି ବିଏମ୍ସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ବିଏମ୍ସି ପକ୍ଷରୁ ଡେଙ୍ଗୁ ଜ୍ୱର ପାଇଁ ଏକାଧିକ ସତର୍କ ସୂଚନା ଜାରି କରାଯାଇଛି। ଦିନକ ଭିତରେ ୬ ହଜାରରୁ ଅଧିକ ଘର ବୁଲି ୨୫ ହଜାର ୯ ଶହରୁ ଅଧିକ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇଛି । ଜ୍ୱର ସହ ମୁଣ୍ଡ, ହାତ ବିନ୍ଧା, ଦେହରେ ଲାଲ ଦାଗ, ବାନ୍ତି ଓ ମୁଣ୍ଡ ବିନ୍ଧା ହେଉଛି ଡେଙ୍ଗୁର ଲକ୍ଷଣ। ତେଣୁ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି।
ଏହା ସହିତ ମଶା ବୃଦ୍ଧିର ଆଶଙ୍କା ଥିବା ପ୍ରାୟ ୩ ହଜାର ସ୍ଥାନରେ ସଫେଇ କରାଯାଇଛି । ୮୧୫ ସ୍ଥାନରେ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଘରେ ମଧ୍ୟ ସଫେଇ ପରି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଘରେ ପାଣି ରଖିଥିବା ପାତ୍ର, ଟାଙ୍କି ଓ କୁଲରକୁ ୨ରୁ ୩ ଦିନରେ ଥରେ ସଫା କରି ପାଣି ବଦଳାଇବାକୁ କୁହାଯାଇଛି।
The post ରାଜଧାନୀରେ ବେକାବୁ ଡେଙ୍ଗୁ, ଦିନକରେ ୫୦ ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3lu360I
No comments:
Post a Comment