ପ୍ରଥମ ପ୍ରୟାସରେ ଫାଇନାଲ୍ ଟିକେଟ୍ ପାଇଲେ ନୀରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

ପ୍ରଥମ ପ୍ରୟାସରେ ଫାଇନାଲ୍ ଟିକେଟ୍ ପାଇଲେ ନୀରଜ

ଟୋକିଓ: ଭାରତର ଷ୍ଟାର୍ ଆଥଲେଟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ’ ଇଭେଣ୍ଟରେ ଦମଦାର ଥ୍ରୋ’ କରି ଫାଇନାଲକୁ କ୍ୱାଲିଫାଏ କରିଛନ୍ତି। ନୀରଜ ପ୍ରଥମ ପ୍ରୟାସରେ ହିଁ ୮୬.୬୫ ମିଟର୍ ଥ୍ରୋ’ କରି ଗ୍ରୁପ୍-ଏ’ରେ ଶୀର୍ଷରେ ରହି ଫାଇନାଲକୁ କ୍ୱାଲିଫାଏ କରି ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି।

ଫାଇନାଲ୍ ପାଇଁ କ୍ୱାଲିଫାଇଙ୍ଗ୍ ମାର୍କ ୮୩.୫୦ ମିଟର୍ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୨୩ ବର୍ଷୀୟ ନୀରଜ ଅତି ସହଜରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲେ। ନିଜର ପ୍ରଥମ ଅଲିମ୍ପିକ୍ସରେ ଭାଗ ନେଉଥିବା ନୀରଜ ଫାଇନାଲରେ ସ୍ଥାନ ହାସଲ କରିବା ପାଇଁ ଅଳ୍ପ କିଛି ସମୟ ନେଇଥିଲେ। ଆହତ ଓ କୋଭିଡ୍-୧୯ ମହାମାରୀ କାରଣରୁ ନୀରଜଙ୍କ ଅଲିମ୍ପିକ୍ସ ପ୍ରସ୍ତୁତି ବେଶ୍ ପ୍ରଭାବିତ ହୋଇଥିଲା। କିନ୍ତୁ ସେ ଅଲିମ୍ପିକ୍ସରେ ନିଜ ପ୍ରଶଂସକଙ୍କୁ ଆଦୌ ନିରାଶ କରିନାହାନ୍ତି ଏବଂ ପ୍ରଥମ ପ୍ରୟାସରେ ଦେଖାଇ ଦେଇଛନ୍ତି ଯେ କାହିଁକି ତାଙ୍କୁ ପଦକର ବଡ଼ ଦାବିବାର କୁହାଯାଉଛି।

କ୍ୱାଲିଫିକେସନରେ ନୀରଜଙ୍କ ଏହି ପ୍ରଦର୍ଶନ ଅଲିମ୍ପିକ୍ସରେ କୌଣସି ଭାରତୀୟଙ୍କ ପକ୍ଷେ ସର୍ବଶ୍ରେଷ୍ଠ କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୧୭ରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପ ବିଜେତା ଜର୍ମାନୀର ଜୋହାନସ୍ ଭେଟ୍ଟର କ୍ୱାଲିଫିକେସନରେ ନୀରଜଙ୍କ ଠାରୁ ପଛରେ ପଡ଼ିଛନ୍ତି। ଭେଟ୍ଟର୍ କ୍ୱାଲିଫିକେସନର ପ୍ରଥମ ଦୁଇଟି ପ୍ରୟାସରେ ନିରାଶ କରିଥିବା ବେଳେ ତୃତୀୟ ପ୍ରୟାସରେ ୮୫.୬୪ ମିଟର୍ ଥ୍ରୋ’ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

୨୮ ବର୍ଷୀୟ ଭେଟ୍ଟର ଏପ୍ରିଲ ଓ ଜୁନ୍ ଭିତରେ ୭ଥର ୯୦ ମିଟରରୁ ଅଧିକ ମିଟର୍ ଥ୍ରୋ’ କରି ବିଶ୍ୱ ସ୍ତରରେ ନିଜର ଦବଦବା କାଏମ୍ ରଖିଛନ୍ତି। ଫାଇନାଲରେ ତାଙ୍କ ଠାରୁ ନୀରଜଙ୍କୁ କଡ଼ା ଚ୍ୟାଲେଞ୍ଜ ମିଳିବ। ଗ୍ରୁପ୍-ଏ’ରେ ଫାଇନାଲକୁ କ୍ୱାଲିଫାଏ କରିଥିବା ତୃତୀୟ ଥ୍ରୋୟର ହେଲେ ଫିନଲାଣ୍ଡର ଲାସି ଏଟେଲାଟାଲୋ, ଯିଏ ୮୪.୫୦ ମିଟର ଥ୍ରୋ’ କରିଛନ୍ତି।

ସେହିପରି ଭାରତର ଆଉଜଣେ ଜାଭେଲିନ୍ ଥ୍ରୋୟର୍ ଶିବପାଲ୍ ସିଂହ ନିରାଶ କରିଛନ୍ତି। ଶିବପାଲ୍ ମାତ୍ର ୭୬.୪୦ ମିଟର୍ ଥ୍ରୋ’ କରି ଫାଇନାଲରୁ ବଞ୍ଚିତ ହୋଇଛନ୍ତି। ଫାଇନାଲରେ ପହଞ୍ଚିବା ପାଇଁ ୮୩.୫୦ ମିଟର୍ ଥ୍ରୋ’ କିମ୍ବା ଟପ୍-୧୨ରେ ରହିଥିବା ଦରକାର। ଫାଇନାଲରେ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ସ୍ଥାନ ହାସଲ କରିଛନ୍ତି, ଯିଏ ଗ୍ରୁପ୍-ବି’ରେ ୮୫.୧୪ ମିଟର୍ ଥ୍ରୋ’ କରି ଶୀର୍ଷରେ ରହିଛନ୍ତି।

The post ପ୍ରଥମ ପ୍ରୟାସରେ ଫାଇନାଲ୍ ଟିକେଟ୍ ପାଇଲେ ନୀରଜ appeared first on Odisha Reporter.



from Odisha Reporter https://ift.tt/3CcBwuI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages