ପଞ୍ଜଶିରା ଦ୍ୱାର ଦେଶରେ ତାଲିବାନୀ, ହୋଇପାରେ ଘମାଘୋଟ ଯୁଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

ପଞ୍ଜଶିରା ଦ୍ୱାର ଦେଶରେ ତାଲିବାନୀ, ହୋଇପାରେ ଘମାଘୋଟ ଯୁଦ୍ଧ

କାବୁଲ: ଆଫଗାନିସ୍ତାନରେ ଏବେ ବି ପଞ୍ଜଶିରା ଘାଟିକୁ ନିଜ ଦଖଲକୁ ନେଇ ପାରିନାହିଁ ତାଲିବାନ। ଦେଶରେ କ୍ଷମତା ଦଖଲ କରିବା ପରେ ତାଲିବାନଙ୍କ ପ୍ରତି ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିଛି ପଞ୍ଜଶିରା। ଏବେ ଏହି ଅଞ୍ଚଳକୁ ନିଜ ଦଖଲକୁ ନେବା ପାଇଁ ତାଲିବାନୀ ପଞ୍ଜଶିରା ମୁହାଁ ହୋଇଛନ୍ତି। ଅନ୍ୟପଟେ ପଞ୍ଜଶିରାରେ ଥିବା ତାଲିବାନର ବିଦ୍ରୋହୀ ଆତ୍ମସମର୍ପଣ କରିବେ ନାହିଁ ବୋଲି ରୋକଠୋକ୍ କହିସାରିଛନ୍ତି। ତେଣୁ ଆଗାମୀ ଦିନରେ ତାଲିବାନୀ ଏବଂ ପଞ୍ଜଶିରାରେ ଥିବା ବିଦ୍ରୋହୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ତାଲିବାନୀଙ୍କ ଦାବି ରହିଛି ଯେ ଯଦି ବିଦ୍ରୋହୀ ଶାନ୍ତିପୂର୍ଣ୍ଣ ଭାବରେ ଅହମଦ ମାସୁଦଙ୍କୁ ଦେଇଦେବେ ତାହେଲେ ସେ କୌଣସି ପ୍ରକାର କ୍ଷତି ପହଞ୍ଚାଇବେ ନାହିଁ। ଅନ୍ୟପଟେ ଅହମଦ ମାସୁଦ ଆତ୍ମସମର୍ପଣ କରିବେ ନାହିଁ ବୋଲି କହି ସାରିଛନ୍ତି। ତାଲିବାନୀଙ୍କ ସହିତ ସେ ଏବଂ ତାଙ୍କ ସମର୍ଥକ ଯୁଦ୍ଧ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ତାଲିବାନୀମାନେ ପଞ୍ଜଶିରା ଘାଟି ମୁହାଁ ହୋଇଥିବା ଦେଖି ପଞ୍ଜଶିରା ବିଦ୍ରୋହୀଙ୍କ କବଜାରେ ଥିବା ଦେହ-ଏ-ସଲାହ ଜିଲ୍ଲାରେ ଯୁଦ୍ଧ ବିମାନକୁ ପ୍ରସ୍ତୁତ କରାଯାଉଥିବା ସୂଚନା ରହିଛି। କହିରଖୁଛୁ ଆଫଗାନିସ୍ତାନରେ ଥିବା ୩୩ଟି ପ୍ରାନ୍ତକୁ ତାଲିବାନୀ କବଜା କରିଛନ୍ତି। ହେଲେ ଏବେ ବି ଗୋଟିଏ ପ୍ରାନ୍ତ ପଞ୍ଜଶିରା ରହିଛି ଯାହାକୁ ତାଲିବାନୀ ଅକ୍ତିଆର କରି ପାରି ନାହାନ୍ତି।

କାହିଁକି ପଞ୍ଜଶିରା ତାଲିବାନୀଙ୍କ ପାଇଁ ଚ୍ୟାଲେଞ୍ଜ?

କାବୁଲର ଉତ୍ତରରେ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି ପଞ୍ଜଶିରା। ଏଠିକାର ଜନସଂଖ୍ୟା ମାତ୍ର ଦୁଇ ଲକ୍ଷ। ପଞ୍ଜଶିରା ନିବାସୀ କହିଛନ୍ତି ଯେ ସେମାନେ ତାଲିବାନୀଙ୍କୁ ଡରନ୍ତି ନାହିଁ। ତାଙ୍କ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ। ୭୦ ଏବଂ ୮୦ ଦଶକରେ ​​ଯେତେବେଳେ ତାଲିବାନ ପଞ୍ଜଶୀରକୁ ନିଜ ଦଖଲକୁ ନେବାକୁ ପ୍ରୟାସ କରିଥିଲା। ହେଲେ ସଫଳ ହୋଇପାରି ନଥିଲା। ଏହି ସମୟରେ ସୋଭିଏତ୍ ୟୁନିଅନ (ରୁଷ) ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲ। ହେଲେ ପଞ୍ଜଶୀରର ବିଦ୍ରୋହୀଙ୍କ ଆଗରେ ପରାସ୍ତ ହୋଇଥିଲେ। ଏଠାରେ ତାଜିକ୍ ସମ୍ପ୍ରଦାୟରେ ବସବାସ କରୁଥିବା ଲୋକମାନେ ରୁହନ୍ତି। ଯେଉଁମାନେ କି ଚେଙ୍ଗିଜ୍ ଖାନଙ୍କ ବଂଶଧର। ଏହି ସମ୍ପ୍ରଦାୟ ଏବେ ତାଲିବାନ ପାଇଁ ବଡ଼ ଆହ୍ୱାନ।

ପଞ୍ଜଶିରାରର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏବଂ ନିଜକୁ ଆଫଗାନିସ୍ତାନର କାମଚଳା ରାଷ୍ଟ୍ରପତି ଭାବେ ଘୋଷଣା କରିଥିବା ଅମରୁଲ୍ଲା ସାଲେହ ତାଲିବାନକୁ କଡା ଜବାବ ଦେବେ ବୋଲି ଘୋଷଣା କରିସାରିଛନ୍ତି। ଅହମ୍ମଦ ମାସୁଦଙ୍କ ବାପା ଅହମ୍ମଦ ଶାହା ମାସୁଦ ମଧ୍ୟ ତାଲିବାନ ସହିତ ଲଢ଼େଇ କରୁଥିଲେ। ଆଫଗାନିସ୍ତାନକୁ ସୋଭିଏତ ୟୁନିଅନରୁ ତଡ଼ିପାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେଲେ ୨୦୦୧ରେ ତାଲିବାନ ଏବଂ ଆତଙ୍କବାଦୀ ସଂଗଠନ ଅଲ କାଏଦା ଅହମ୍ମଦ ଶାହା ମାସୁଦଙ୍କୁ ହତ୍ୟା କରିଥିଲେ।

The post ପଞ୍ଜଶିରା ଦ୍ୱାର ଦେଶରେ ତାଲିବାନୀ, ହୋଇପାରେ ଘମାଘୋଟ ଯୁଦ୍ଧ appeared first on Odisha Reporter.



from Odisha Reporter https://ift.tt/3B7H34z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages