ତାଲିବାନୀଙ୍କୁ କଡ଼ା ଜବାବ ଦେଲେ ଅହମଦ ମାସୁଦ, ୩୦୦ ନିପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

ତାଲିବାନୀଙ୍କୁ କଡ଼ା ଜବାବ ଦେଲେ ଅହମଦ ମାସୁଦ, ୩୦୦ ନିପାତ

କାବୁଲ: ଆଫଗାନିସ୍ତାନର ପଞ୍ଜଶିରା ମୁହାଁ ହୋଇଥିବା ତାଲିବାନୀଙ୍କୁ କଡ଼ା ଜବାବ ଦେଲେ ଅହମଦ ଶାହ। ପଞ୍ଜଶିରାକୁ ଅକ୍ତିଆର କରିବ ବୋଲି ହୁଙ୍କାର ଭରିଥିବା ତାଲିବାନୀଙ୍କ ୩୦୦ରୁ ଅଧିକ ସଦସ୍ୟଙ୍କୁ ଅହମଦ ଶାହଙ୍କ ନେତୃତ୍ୱାଧୀନ ଟିମ୍ ନିପାତ କରିଥିବା ସୂଚନା ରହିଛି। ବାଘଲାନ (Baghlan)ପ୍ରାନ୍ତରେ ଥିବା ଅନ୍ଦରାବରେ ତାଲିବାନୀ ଯାଉଥିବା ବେଳେ ଘାତକ ବୋମା ଜରିଆରେ ବଡ଼ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ବାଘଲାନ ଏରିଆରକୁ ଅହମଦ ମାସୁଦ ଏବଂ ଅମଋଲ୍ଲା ସାଲେହ ନିଜ ଅଧୀନରେ ରଖିଛନ୍ତି। ବିବିସିର ରିପୋର୍ଟର ୟାଦୱା ହାକିମ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି।

ତାଲିବାନୀଙ୍କ ଦାବି ରହିଛି ଯେ ଯଦି ବିଦ୍ରୋହୀ ଶାନ୍ତିପୂର୍ଣ୍ଣ ଭାବରେ ଅହମଦ ମାସୁଦଙ୍କୁ ଦେଇଦେବେ ତାହେଲେ ସେ କୈଣସି ପ୍ରକାର କ୍ଷତି ପହଞ୍ଚାଇବେ ନାହିଁ। ଅନ୍ୟପଟେ ଅହମଦ ମାସୁଦ ଆତ୍ମସମର୍ପଣ କରିବେ ନାହିଁ ବୋଲି କହି ସାରିଛନ୍ତି। ଫ୍ରାନ୍ସର ଦାର୍ଶନିକ ବର୍ନାଡ-ହେନରୀ ଲେବି କହିଛନ୍ତି ସେ ଅହମଦ ମାସୁଦଙ୍କ ସହ ଫୋନରେ କଥା ହୋଇଥିଲେ। ସେ ତାଙ୍କ ବାପାଙ୍କ ରାସ୍ତାରେ ରହିବେ। ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି।

ପଞ୍ଜଶିରାରର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏବଂ ଆଫଗାନିସ୍ତାନର କାମଚଳା ରାଷ୍ଟ୍ରପତି ଭାବେ ନିଜକୁ ଘୋଷଣା କରିଥିବା ଅମରୁଲ୍ଲା ସାଲେହ ତାଲିବାନକୁ କଡା ଜବାବ ଦେବେ ବୋଲି ଘୋଷଣା କରିସାରିଛନ୍ତି। ଅହମ୍ମଦ ମାସୁଦଙ୍କ ବାପା ଅହମ୍ମଦ ଶାହା ମାସୁଦ ମଧ୍ୟ ତାଲିବାନ ସହିତ ଲଢ଼େଇ କରୁଥିଲେ। ଆଫଗାନିସ୍ତାନକୁ ସୋଭିଏତ ୟୁନିଅନରୁ ତଡ଼ିପାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେଲେ ୨୦୦୧ରେ ତାଲିବାନ ଏବଂ ଆତଙ୍କବାଦୀ ସଂଗଠନ ଅଲ କାଏଦା ଦ୍ୱାରା ଅହମ୍ମଦ ଶାହା ମାସୁଦଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ପଞ୍ଜଶିରାର ନେତୃତ୍ଵ ନେଉଛନ୍ତି ଅହମ୍ମଦ ମାସୁଦ।

ସୂଚନାଯୋଗ୍ୟ, ତାଲିବାନୀମାନେ ପଞ୍ଜଶିରା ଘାଟି ମୁହାଁ ହୋଇଥିବା ଦେଖି ପଞ୍ଜଶିରା ବିଦ୍ରୋହୀଙ୍କ କବଜାରେ ଥିବା ଦେହ-ଏ-ସଲାହ ଜିଲ୍ଲାରେ ଯୁଦ୍ଧ ବିମାନକୁ ପ୍ରସ୍ତୁତ କରାଯାଉଥିବା ସୂଚନା ରହିଛି। କହିରଖୁଛୁ ଆଫଗାନିସ୍ତାନରେ ଥିବା ୩୩ଟି ପ୍ରାନ୍ତକୁ ତାଲିବାନୀ କବଜା କରିଛନ୍ତି। ହେଲେ ଏବେ ବି ଗୋଟିଏ ପ୍ରାନ୍ତ ପଞ୍ଜଶିରା ରହିଛି ଯାହାକୁ ତାଲିବାନୀ ଅକ୍ତିଆର କରି ପାରି ନାହାନ୍ତି।

The post ତାଲିବାନୀଙ୍କୁ କଡ଼ା ଜବାବ ଦେଲେ ଅହମଦ ମାସୁଦ, ୩୦୦ ନିପାତ appeared first on Odisha Reporter.



from Odisha Reporter https://ift.tt/3B2fIR5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages