ଆବଶ୍ୟକ ସାମଗ୍ରୀ: ସୁଜି, ତେଲ, ଜିରା, ସୋରିଷବଟା, ପିଆଜବଟା, ଦହି, କଟା ପିଆଜ, କଞ୍ଚା ଲଙ୍କା, ଭୃଶଙ୍ଗପତ୍ର, କଟା ଟମାଟୋ, ଲୁଣ, ଖାଇବା ସୋଢ଼ା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଜିରା, ସୋରିଷବଟା, ପିଆଜବଟା, କଟା ପିଆଜ, କଞ୍ଚା ଲଙ୍କା, ଭୃଶଙ୍ଗପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ପରେ ଏକପାତ୍ରରେ ଦହି ଓ ପାଣିକୁ ମିଶାଇ ସେଥିରେ ସୁଜି ପକାଇ ଭଲଭାବରେ ଗୋଳାନ୍ତୁ।
ଏହାପରେ ସେଥିରେ ଭଜାମସଲା, ଆବଶ୍ୟକ ଅନୁସାରେ ଲୁଣ ଓ ଖାଇବା ସୋଢ଼ା ପକାଇ ଗୋଳାନ୍ତୁ। ଏବେ ଏକ ଇଡ଼ଲି ଛାଞ୍ଚରେ ତେଲ ମାରି ମସଲା ଗୋଳା ସୁଜିକୁ ରଖି ଘୋଡ଼ଣି ଘୋଡ଼ାଇ ଗ୍ୟାସରେ ବସାଇ ଦିଅନ୍ତୁ। ୫ ମିନିଟ ପରେ ଘୋଡ଼ଣି ବାହାର କରି ତାକୁ ଲେଉଟାଇ ଦେଇ ପୁଣି ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ। ଦୁଇ ମିନିଟ ପରେ ଗ୍ୟାସ୍ରୁ ଇଡ୍ଲି ଛାଞ୍ଚକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଜି ଆପେ। ଏହାକୁ ଆପଣ ପୁଦିନା ଚଟଣି ସହ ଖାଇପାରିବେ।
The post ଘରେ ପ୍ରସ୍ତୁତ କରନ୍ତୁ ସୁଜି ଆପେ appeared first on Odisha Reporter.
from Odisha Reporter https://ift.tt/38mciMT
No comments:
Post a Comment