ଷ୍ଟୁଡ଼ିଓ ଭିତରେ ତାଲିବାନ, ବନ୍ଧୁକ ମୁନରେ ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ଷ୍ଟୁଡ଼ିଓ ଭିତରେ ତାଲିବାନ, ବନ୍ଧୁକ ମୁନରେ ସାମ୍ବାଦିକ

କାବୁଲ: ବନ୍ଧୁକ ମୁନରେ ଟିଭି ସମ୍ବାଦଦାତା। ଚାରିପଟେ ଘେରି ରହିଛନ୍ତି ବନ୍ଧୁକଧାରୀ। ଷ୍ଟୁଡିଓ ଭିତରେ ସାମ୍ବାଦିକଙ୍କ ପଛରେ ଠିଆ ହୋଇଛନ୍ତି, ଆଉ ଏଭଳି ପରିସ୍ଥିତିରେ ନ୍ୟୁଜ ପଢ଼ୁଛନ୍ତି ଜଣେ ସାମ୍ବାଦିକ। ସେ ନିଜେ ଭୟଭୀତ ଥିଲେ ମଧ୍ୟ ଅନ୍ୟମାନଙ୍କୁ ‘ଭୟ କର ନାହିଁ’ ବୋଲି କହୁଛନ୍ତି। ଆଫଗାନିସ୍ତାନରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଫଗାନିସ୍ତାନର ଏକ ଟିଭି ଚ୍ୟାନେଲର ଷ୍ଟୁଡିଓ ଭିତରେ ପଶି ସାମ୍ବାଦିକଙ୍କୁ ଧମକାଇଛନ୍ତି ତାଲିବାନୀ। ଏପରିକି ବନ୍ଧୁକ ମୁନରେ ଜଣେ ଟିଭି ସମ୍ବାଦଦାତାଙ୍କୁ ନ୍ୟୁଜ ପଢ଼ିବାକୁ କହିଛନ୍ତି। କେବଳ ସେତିକି ନୁହେଁ ତାଲିବାନୀଙ୍କ ପ୍ରଶଂସା କରିବା ପାଇଁ ମଧ୍ୟ ସେମାନେ ତାଗିଦ କରିଛନ୍ତି। ଆଉ ସେପଟେ ଅସହାୟ ନ୍ୟୁଜ ଆଙ୍କର ଜଣକ ତାଙ୍କ କଥା ମାନିବାକୁ ବାଧ୍ୟ ହୋଇଛନ୍ତି। ଭୟରେ ଥିବା ଆଙ୍କର ଜଣକ ଅନ୍ୟମାନଙ୍କୁ ଭୟ ନକରିବା ପାଇଁ ବାର୍ତ୍ତା ଦେଇଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ ତାଲିବାନର ଅସଲ ମୁଖା ସାମ୍ନାକୁ ଆସିଛି। କହୁଛି ଗୋଟେ କରୁଛି ଗୋଟେ ତାଲିବାନ । ତାଲିବାନ ଯେଉଁ ସ୍ୱାଧୀନତାର କଥା ଦେଇଥିଲା ତାକୁ ନେଇ ଚାରିଆଡେ ପ୍ରଶ୍ନ ଉଠିଛି। ଏବଂ ଧୀରେ ଧୀରେ ତାଲିବାନ ତା’ର କ୍ରୁରପଣ ଦେଖାଉଛି । ତାଲିବାନର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରାଯାଉଛି।

ଜଣେ ସାମ୍ବାଦିକ ଏହି ଭିଡିଓକୁ ଟୁଇଟ୍‌ କରି କହିଛନ୍ତି, ‘ଏହା ବେଶ ଆଶ୍ଚର୍ଯ୍ୟଜନକ। ତାଲିବାନ ଆତଙ୍କବାଦୀମାନେ ଏହି ଭୟଭୀତ ଟିଭି ହୋଷ୍ଟ ପଛରେ ବନ୍ଧୁକ ଦେଖାଇ ତାଙ୍କୁ କହିଛନ୍ତି ଯେ, ଆଫଗାନିସ୍ତାନର ଲୋକମାନେ ଇସଲାମ ଏମିରେଟ୍‌କୁ ଭୟ କରିବା ଉଚିତ୍ ନୁହେଁ।’

ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସେତେବେଳେ ତାଲିବାନ ଏକ ପ୍ରେସମିଟ୍‌ କରି ଦେଶରେ ସ୍ୱାଧୀନଭାବେ ମୁକ୍ତ ପ୍ରେସ ଚଳାଇବା ପାଇଁ ଅନୁମତି ଦେଇଥିଲା। କିନ୍ତୁ ତାଲିବାନର ଏହି କଥା ଏବେ କେବଳ ପାଣିଗାର ପାଲଟିଛି। ସେ ପ୍ରକୃତରେ କେତେ କ୍ରୁର ତାହା ପ୍ରମାଣିତ ହୋଇଛି।

The post ଷ୍ଟୁଡ଼ିଓ ଭିତରେ ତାଲିବାନ, ବନ୍ଧୁକ ମୁନରେ ସାମ୍ବାଦିକ appeared first on Odisha Reporter.



from Odisha Reporter https://ift.tt/38lOcl9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages