ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୨୭ ତାରିଖରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଡାକିଛନ୍ତି ଏହି ବୈଠକ। ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ବାଚସ୍ପତି ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି।
ବିଧାନସଭାର ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ବାଚସ୍ପତି ଏହି ବୈଠକ ଡାକିଛନ୍ତି। ଚଳିତ ଥର ମଧ୍ୟ କରୋନା ଗାଇଡଲାଇନ୍ ମଧ୍ୟରେ ଗୃହ ପରିଚାଳିତ ହେବ।
ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଷୋଡ଼ଶ ବିଧାନସଭାର ସପ୍ତଦଶ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ରଖାଯାଇଥିବାବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟଦିବସ ରହିଛି। ୫ ତାରିଖ ରବିବାର ପଡ଼ୁଥିବାରୁ ସେଦିନ ଛୁଟି ରହିବ। ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦ୍ୱାରା ଜାରି ସମନ ଅନୁସାରେ, ସେପ୍ଟେମ୍ବର ୧ତାରିଖ ପୂର୍ବାହ୍ନ ୧୧ଟାରେ ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ରାଜ୍ୟପାଳ ସମନ ଜାରି କରିଛନ୍ତି।
The post ୨୭ରେ ସର୍ବଦଳୀୟ ବୈଠକ appeared first on Odisha Reporter.
from Odisha Reporter https://ift.tt/3gibuwC
No comments:
Post a Comment