୫ଶହ ଦେଇ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 20, 2021

୫ଶହ ଦେଇ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କା

ଆଠଗଡ଼(ନିଳକଣ୍ଠ ଦୋରା): ରାତି ଅଧରେ ପେଟ୍ରୋଲ ପମ୍ପରୁ ତେଲ ପକାଇବା ବାହାନାରେ ଲକ୍ଷାଧିକ ଟଙ୍କା ଲୁଟିନେଲେ ୩ ଦୁର୍ବୃତ୍ତ। ପମ୍ପ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଏପରି ଲୁଟ୍‌ ହୋଇଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ଏପରି କାଣ୍ଡ ଗତ ରାତିରେ କଟକ ଜିଲ୍ଲା ଆଠଗଡ଼  ତିଗିରିଆ  ଥାନା ଅନ୍ତର୍ଗତ ପାଞ୍ଚଗାଁ ପେଟ୍ରୋଲ ପମ୍ପରେ ଘଟିଛି। ସିସିଟିଭିରେ କଏଦ ହୋଇଥିବା ଲୁଟ୍‌ର ଲାଇଭ୍‌ ଦୃଶ୍ୟ ଏବେ ଭାଇରାଲ ହେବାରା ଲାଗିଛି। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲେ ବି ଅଭିଯୁକ୍ତଙ୍କ ଟେର ପାଇପାରିନି।

ସୂଚନାଯୋଗ୍ୟ,  ପାଞ୍ଚଗାଁ ପେଟ୍ରୋଲ ପମ୍ପରେ  ଗତ ରାତିରେ ଏକ ବାଇକ୍‌ରେ ୩ ଯୁବକ ପହଞ୍ଚିଲେ। ତେଲ ପକାଇଲେ । ୫ଶହ ଟଙ୍କା ବି ଦେଲେ। ହେଲେ ଆଖି ପିଛୁଳାକେ ଜଣେ ଦୁର୍ବୃତ୍ତ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଦେଲେ। ଏହାପରେ ଅନ୍ୟ ଜଣେ ଦୁର୍ବୃତ୍ତ କର୍ମଚାରୀଙ୍କ ନିକଟରୁ ବ୍ୟାଗ୍‌କୁ ଝାମ୍ପି ନେଇଥିଲେ। ଏହାପରେ ସେମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ ପଳାଇଥିଲେ। ସିସିଟିଭିରେ କଏଦ ହୋଇଥିବା ଲୁଟ୍‌ର ଲାଇଭ୍‌ ଦୃଶ୍ୟ ଏବେ ଭାଇରାଲ ହେବାରା ଲାଗିଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଅଭିଯୁକ୍ତଙ୍କ ଟେର ପାଇପାରିନି।

The post ୫ଶହ ଦେଇ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କା appeared first on Odisha Reporter.



from Odisha Reporter https://ift.tt/3kcY06A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages