କେବଳ ବାସ୍ତୁ ଅନୁସାରେ ଘର କରି ଦେଲେ ସବୁ ସମସ୍ୟା ଦୂର ହୋଇଯାଏ ନାହିଁ। ଘରକୁ ସଫାସୁତର ରଖିବାକୁ ମଧ୍ୟ ହୁଏ। ଘରକୁ ପରିଷ୍କାର ନ ରଖି ଏଣେତେଣେ ଅଳିଆ ପକାଇଲେ ଅନେକ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଆଉ ଏହାର କୁପ୍ରଭାବ ଘରେ ରହୁଥିବା ଲୋକଙ୍କ ଉପରେ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା, ଘରେ କେଉଁ ସ୍ଥାନରେ ଅଳିଆ ପଡ଼ିରହିଲେ କି ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇଥାଏ। ଏନେଇ ବାସ୍ତୁବିଦ୍ ଡକଟର ମନୋଜ ଲେଙ୍କା କ’ଣ କହିଛନ୍ତି, ପଢ଼ନ୍ତୁ।
- ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ କୋଣରେ ଅଳିଆ ଆବର୍ଜନା ରହିଲେ ଘର ଲୋକଙ୍କ ଠାରେ ମାନସିକ ଅଶାନ୍ତି ଦେଖା ଦେଇଥାଏ।
- ପୂର୍ବ ଦିଗରେ ଅଳିଆ ଆବର୍ଜନା ରହିଲେ ଅପମାନିତ ହୋଇପାରନ୍ତି।
- ଅଗ୍ନି ବା ଦକ୍ଷିଣ-ପୂର୍ବ କୋଣରେ ଅଳିଆ ଆବର୍ଜନା ରହିଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ତା’ସହିତ ଆର୍ଥିକ ସ୍ଥିତି ଖରାପ ହୋଇଥାଏ।
- ଦକ୍ଷିଣ ଦିଗରେ ଅଳିଆ ରହିଲେ ପିଲାଙ୍କ କ୍ୟାରିୟରରେ ସମସ୍ୟା ଆସିଥାଏ।
- ଦକ୍ଷିଣ-ପଶ୍ଚିମରେ ଅଳିଆ ରହିଲେ ଘରେ ଗୁରୁଜନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ।
- ଘରର ପଶ୍ଚିମରେ ୨୬୦ ଡିଗ୍ରୀରୁ ୨୭୦ ଡିଗ୍ରୀ ମଧ୍ୟରେ ଅଳିଆ ପଡୁଥିଲେ ସଞ୍ଚିତ ଅର୍ଥ ଅପବ୍ୟୟ ହୋଇଥାଏ।
- ଏଣୁ ଘରେ କେବେ ହେଲେ ଅଳିଆ ରଖନ୍ତୁ ନାହିଁ। ଘରକୁ ସଦାସର୍ବଦା ସଫା ରଖନ୍ତୁ।
The post ଘରେ ଅଳିଆ ରଖିବା ଅର୍ଥ ସମସ୍ୟାକୁ ନିମନ୍ତ୍ରଣ appeared first on Odisha Reporter.
from Odisha Reporter https://ift.tt/3zt6NaT
No comments:
Post a Comment