ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ ଫସିଲେ ଆଉ ଜଣେ ବଲିଉଡ ଅଭିନେତା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଗ୍ ବସ୍ ଫେମ୍ ତଥା ଅଭିନେତା ଅରମାନ କୋହଲିଙ୍କୁ ଗିରଫ କରିଛି। ତାଙ୍କ ଘରେ ଶନିବାର ଏନ୍ସିବି ରେଡ୍ କରିଥିଲା। ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।
ଏଏନ୍ଆଇ ରିପୋର୍ଟ ମୁତାବକ ଆଜି ତାଙ୍କୁ ମୁମ୍ବାଇ ସିଟି କୋର୍ଟରେ ଏନ୍ସିବି ହାଜର କରିବ। ଏନ୍ସିବି ଅଧିକାରୀଙ୍କ କହିବା ମୁତାବକ ଡ୍ରଗ୍ସ ମାଫିଆ ଅଜୟ ରାଜୁ ସିଂଙ୍କୁ ଖୋଜି ଖୋଜି ଏନ୍ସିବି ଅରମାନଙ୍କ ନିକଟରେ ପହଞ୍ଚିଥିଲା। ଏହାପରେ ଡ୍ରଗ୍ସ ମାଫିଆ ଓ ଅରମାନଙ୍କୁ ସାମ୍ନା ସାମ୍ନି ବସାଇ ପଚରା ଉଚରା କରିବା ପରେ ସବୁକିଛି ସ୍ପଷ୍ଟ ହୋଇଥିଲା। କେବଳ ଏତିକି ନୁହେଁ, ବଲିଉଡର ଅନ୍ୟମାନେ ଏଥିରେ ଜଡିତ ଅଛନ୍ତି। ଆଗକୁ ଏହାର ଯାଞ୍ଚ କରାଯିବ। ତେଣୁ ଅଧିକ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଏନ୍ସିବି।
ଏହାପୂର୍ବରୁ ଶୁକ୍ରବାର ଡ୍ରଗ୍ସ ମାମଲାରେ ଅଭିନେତା ଗୌରବ ଦୀକ୍ଷିତଙ୍କୁ ଏନ୍ସିବି ଗିରଫ କରିଥିଲା। ଗତକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଏବେ ସେ ଏନ୍ସିବି ହେପାଜତରେ ଅଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଅରମାନ କୋହଲି ଗିରଫ ହୋଇସାରିଛନ୍ତି। ଘରେ ୪୦ରୁ ଅଧିକ ମଦ ବୋତଲ ରଖିବା ଅଭିଯୋଗରେ ୨୦୧୮ରେ ଏକ୍ସାଇଜ ଡିପାର୍ଟମେଣ୍ଟ ତାଙ୍କୁ ଗିରଫ କରିଥିଲା। ଆଇନ୍ ଅନୁଯାୟୀ ଜଣେ ବ୍ୟକ୍ତି ନିଜ ଘରେ କବେଳ ଗୋଟିଏ ହିଁ ମଦ ବୋତଲ ରଖିପାରିବେ। କିନ୍ତୁ ଅରମାନଙ୍କ ନିକଟରୁ ୪୦ରୁ ଅଧିକ ମଦ ବୋତଲ ଜବତ ହୋଇଥିଲା।
ସୂଚନା ଥାଉକି, ଅରମାନ କୋହଲି ବିଗ୍ ବସ୍ -୭ ର ପ୍ରତିଯୋଗୀ ଥିଲେ। ସେହି ସମୟ ମଧ୍ୟ ସେ ନିଜ ଲଭ୍ ଅଫେଆରକୁ ନେଇ ବିବାଦକୁ ଆସିଥିଲେ। ଏହା ବ୍ୟତୀତ, ସେ ଜମାନା, କୋହ, ଭୀର, ଜାନି ଦୁସମାନ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।
#UPDATE | Following a raid, NCB team takes actor Armaan Kohli to its office from his residence in Mumbai
— ANI (@ANI) August 28, 2021
After the raid, actor Armaan Kohli gave ambiguous answers to questions put up by NCB. He was then taken to custody for questioning at the NCB office: NCB Zonal Director (Mumbai) Sameer Wankhede
(File photo) pic.twitter.com/8GlemyLkUn
— ANI (@ANI) August 28, 2021
The post ବିଗ୍ ବସ୍ ଫେମ୍ ଅଭିନେତା ଅରମାନ୍ କୋହଲି ଗିରଫ appeared first on Odisha Reporter.
from Odisha Reporter https://ift.tt/3yqfPnV
No comments:
Post a Comment