‘ନାନା ସ୍ୱପ୍ନ ଦେଖାଇ ଆଡମିଶନ କଲେ, ଏବେ ଆମ କ୍ୟାରିଅର ବର୍ବାଦ କରିଦେଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

‘ନାନା ସ୍ୱପ୍ନ ଦେଖାଇ ଆଡମିଶନ କଲେ, ଏବେ ଆମ କ୍ୟାରିଅର ବର୍ବାଦ କରିଦେଲେ’

କଟକ(ଓଡ଼ିଶା ରିପୋର୍ଟର): ମୋଟା ଅଙ୍କର ଅର୍ଥ ପାଇବାକୁ ଆଡମିଶନ ବେଳେ ଦେଖାଯାଇଥିଲା ନାନା ସ୍ୱପ୍ନ। ସ୍ୱପ୍ନ ପଛରେ ଧାଇଁ ଧାଇଁ ୨ ବର୍ଷ ବିତିଗଲା। ଏବେ ଆଖି ପିଛୁଳାକେ ପ୍ରାୟ ୨୦ରୁ ଅଧିକ ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଗଲା।  କଲେଜ କର୍ତ୍ତୃପକ୍ଷ ଏବେ ଧରାଛୁଆଁ ଦେଉ ନ ଥିବା ବେଳେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଛାତ୍ରୀ।

କଟକସ୍ଥିତ ଏକ ଘରୋଇ ଯୁକ୍ତ ଦୁଇ କଲେଜ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ସହବନ୍ଧିତ ସାର୍ଟିଫିକେଟ ନ ଥାଇ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାଇ କଲେଜର ପୁଳା ପୁଳା ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, କଟକ ସିଡିଏ ଅଞ୍ଚଳରେ ଚୈତନ୍ୟ ନାରାୟଣ ଇନ୍ ଆବାସିକ କଲେଜରେ ପାଠ ପଢୁଥିବା ମୋଟ ୨୬ ଜଣ ଛାତ୍ରଛାତ୍ରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ଆଡିମିଶନ କରାଯାଇଥିଲା। ତେବେ ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ବେଳେ ଛାତ୍ର ଛାତ୍ରୀମାନଙ୍କ ରେଜଲ୍ଟ ପ୍ରତିଶତ ବହୁତ କମ୍‌ ରହିଛି। ତେବେ ସନ୍ଦେହ ହେବାରୁ ସେମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ କି ସଂସ୍ଥାର ଅନୁବନ୍ଧିତ ପ୍ରମାଣ ପତ୍ର ନ ଥିବାରୁ ଅନ୍ୟ ଏକ ଘରୋଇ କଲେଜର ପ୍ରମାଣପତ୍ରରେ ପରୀକ୍ଷା କରାଯାଇଛି।

ତେବେ ମାର୍କ ବିଚାରକୁ ନ ନେଇ ମନ ଇଚ୍ଛା ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ମର୍କତ ନଗର ଥାନାରେ ଏତଲା ହୋଇଛି। ଏନେଇ କଲେଜ କର୍ତ୍ତୃପକ୍ଷ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଏନେଇ ସୌମ୍ୟ ଶୁଭଶ୍ରୀ ମହାନ୍ତ ନାମ୍ନୀ ଛାତ୍ରୀ କହିଛନ୍ତି, ମୋର ମାଟ୍ରିକ ପରୀକ୍ଷାରେ ୮୦%ରୁ ଅଧିକ ମାର୍କ ଥିଲା। ମାତ୍ର ଦ୍ୱାଦଶରେ ୬୧.୫% ରହିଛି।   ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଏହା ଆଫିଲିଟେଡ ନୁହେଁ, ମାର୍କ ଚଢ଼ାଯାଇ ନାଳନ୍ଦା ପଠାଯାଇଥିବା କହିଲେ। କିନ୍ତୁ ଆଡମିଶନ ବେଳେ ଏହା ଆଫିଲେଟେଡ,  ଏହାର ୧୦-୧୫ ବର୍ଷର କଲେଜ ବୋଲି କହିଥିଲେ। ଏଥିସହ ପିଲାଙ୍କୁ ଆକୃଷ୍ଟ କରିବାକୁ କଲେଜ ୯୬% ରେଜଲ୍ଟ  କରୁଥିବା ବି କହିଥିଲେ। ହେଲେ ଏବେ ଆଉ ଧରାଛୁଆଁ ଦେଉ ନାହାନ୍ତି। ”

ନାଳନ୍ଦା କର୍ତ୍ତୃପକ୍ଷଙ୍କୁ ପଚାରିବାରୁ “କଲେଜରୁ କିଛି ମାର୍କ ଆସିନି ବୋଲି କହିଛନ୍ତି। ଅପରପକ୍ଷେ, କଲେଜ କର୍ତ୍ତୃପକ୍ଷ କହିଛନ୍ତି, ଆମେ ମାର୍କ ଦେଇଛୁ।” କାହା କଥାରେ ତାଳମେଳ ରହୁ ନ ଥିବାରୁ ମର୍କତନଗର ଥାନାରେ ଅଭିଯୋଗ କରିଛୁ।

ଅନନ୍ତ କୁମାର ଦାସ ନାମକ ଛାତ୍ର କହିଛନ୍ତି, ଯେତେବେଳେ କଲେଜ ଯାଇଥିଲୁ, ବହୁତ ବଡ଼ ବଡ଼ ସ୍ୱପ୍ନ ଦେଖାଇଲେ। ହେଲେ ଯେଉଁ ସବଜେକ୍ଟ ନେଇନୁ, ସେଥିରେ ମାର୍କ ଦେଇଛନ୍ତି।

ଝଙ୍କାର ବଗର୍ତୀ ନାମ୍ନୀ ଛାତ୍ରୀ କହିଛନ୍ତି, ମୋତେ କେବଳ ପ୍ରାକ୍ଟିକାଲରେ ମାର୍କ ମିଳିଛି। ଥିଓରିରେ ଜଷ୍ଟ ପାସ୍‌ ମାର୍କ ଦେଇଛନ୍ତି।

ସୂଚନାଯୋଗ୍ୟ, ସିଡିଏର ସେକ୍ଟର-୯ରେ ଥିବା ଏହି କଲେଜକୁ କିଛି ଦିନ ପୂର୍ବେ ଛତିଆକୁ ସ୍ଥାନାନ୍ତର କରାଯାଇଛି।

The post ‘ନାନା ସ୍ୱପ୍ନ ଦେଖାଇ ଆଡମିଶନ କଲେ, ଏବେ ଆମ କ୍ୟାରିଅର ବର୍ବାଦ କରିଦେଲେ’ appeared first on Odisha Reporter.



from Odisha Reporter https://ift.tt/2VyZpvS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages