ରିଲ୍‌ ନା ରିଅଲ୍‌ ଇନ୍ଦିରା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

ରିଲ୍‌ ନା ରିଅଲ୍‌ ଇନ୍ଦିରା?

ମୁମ୍ବାଇ: ପରଦାରେ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି। ଅବିକଳ ତାଙ୍କ ଭଳି ଚାଲି, ତାଙ୍କ ଭଳି ଠାଣି ଏବଂ କଥାବାର୍ତ୍ତା ବି ପୂରା ସମାନ। ଯିଏ ଦେଖୁଛି ସିଏ ଚକିତ ହୋଇପଡୁଛି। ରିଲ୍‌ ନା ରିଅଲ୍‌ ଇନ୍ଦିରା ଗାନ୍ଧି, କିଏ ଏହି ମହିଳା ତାହା ଜାଣିବା ମୁସ୍‌କିଲ୍ ହୋଇଛି। କେହି ମଧ୍ୟ ଚିହ୍ନି ପାରୁ ନାହାନ୍ତି।

ନିକଟରେ ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’ର ଟ୍ରେଲର। ଏହି ଟ୍ରେଲରରେ ଇନ୍ଦିରା ଗାନ୍ଧିଙ୍କୁ ଦେଖିବାକୁ ମିଳିଛି। ଇନ୍ଦିରା ଗାନ୍ଧିଙ୍କ ଲୁକ୍‌ରେ ନଜର ଆସିଛନ୍ତି ଅଭିନେତ୍ରୀ ଲାରା ଦତ୍ତା। ତେବେ ଟ୍ରେଲରରେ ଲାରା ଦତ୍ତଙ୍କ ଟ୍ରାନ୍ସଫର୍ମେସନ୍ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କୁ ଲାରାଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି। ଲାରାଙ୍କ ଏହି ନୂଆ ଲୁକ୍‌ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି।

ଫିଲ୍ମରେ ଲାରା ଦତ୍ତା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଭୂମିକା କରିବା ପାଇଁ ଲାରା କରିଛନ୍ତି କଠିନ ପରିଶ୍ରମ। ଏହି ଭୂମିକା ପାଇଁ ଲାରା ନେଇଛନ୍ତି ପ୍ରୋଥେଟିକ୍ସ ମେକଅପ୍‌ର ସାହାରା। ଟ୍ରେଲର ରିଲିଜ ହେବା ପରେ ଲାରା ଏବଂ ତାଙ୍କ ମେକ୍ ଅପ୍ ଆର୍ଟିଷ୍ଟଙ୍କୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ଲୋକମାନେ କହୁଛନ୍ତି ଯେ ଲାରା ଅବିକଳ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି। ସେ ତାଙ୍କ ଶୈଳୀ ଏବଂ ରୂପକୁ ଠିକ୍ ଭାବରେ ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ନ୍ୟାଶନାଲ ଆୱାର୍ଡ ମିଳିବା କଥା ବୋଲି ପ୍ରଶଂସକମାନେ କହିଛନ୍ତି।

ସୂଚନା ମୁତାବକ ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ ଅଣ୍ଡରକଭର୍ ଏଜେଣ୍ଟ ଭୂମିକାରେ ନଜର ଆସିବେ, ଯାହାଙ୍କୁ ଭାରତ ସରକାରଙ୍କ ଦ୍ୱାରା ୪ ଅପହରଣକାରୀ ମଧ୍ୟରୁ ୨୪୦ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଅନ୍ୟ ପ୍ରମୁଖ ଭୂମିକାରେ ଏଥିରେ ବାଣି କପୁର, ହୁମା କୁରେଶି ଅଛନ୍ତି। ଲକଡାଉନ୍‌ ପରେ ‘ବେଲ୍ ବଟମ୍’ ପ୍ରଥମ ବିଗ୍‌ ବଜେଟ୍ ଫିଲ୍ମ, ଯାହା ଫିଲ୍ମ ହଲ୍‌ରେ ରିଲିଜ୍ ହେବାକୁ ଯାଉଛି। ଅଗଷ୍ଟ ୧୯ ରେ ଏହି ଫିଲ୍ମଟିକୁ 3D ଫର୍ମାଟରେ ବଡ ପରଦାରେ ରିଲିଜ୍ କରାଯିବ।

The post ରିଲ୍‌ ନା ରିଅଲ୍‌ ଇନ୍ଦିରା? appeared first on Odisha Reporter.



from Odisha Reporter https://ift.tt/3CdKwj7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages