ବାଜିଲା ମୋ ସରକାର ଛାଟ, ୪ ପୁଲିସ୍‌ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

ବାଜିଲା ମୋ ସରକାର ଛାଟ, ୪ ପୁଲିସ୍‌ ନିଲମ୍ବିତ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ପୁଲିସ୍‌ ବିଭାଗ ଉପରେ ବାଜିଲା  ମୋ  ସରକାର 5T ର ଛାଟ।  ଏକାଥରେ ନିଲମ୍ବିତ ହେଲେ ୪ ପୁଲିସ୍‌ କର୍ମଚାରୀ। ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ  ନିଲମ୍ବିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୁଲିସ୍‌ ।

ନିଲମ୍ବିତ ପୁଲିସ୍‌ କର୍ମଚାରୀମାନେ ହେଲେ  ASI ସନ୍ତୋଷ ସାହୁ, ଦୁଇ କନଷ୍ଟେବଲ ସୂର୍ଯ୍ୟ ମିଶ୍ର ଓ ହେମନ୍ତ   ଓ ଓଡ଼ିଶା ଆର୍ମଡ ପୁଲିସ୍‌ ଫୋର୍ସ ଯବାନ ଦେବରାଜ ନାୟକ ।

ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ଗ୍ରାମର ଘାସିରାମ ମାଝୀ ଏକ ଜମିଜମା କେସ୍‌ ପାଇଁ ଥାନାକୁ ଦୌଡ଼ୁଥିଲେ। ମାତ୍ର ଘଟଣାର ସମାଧାନ ପାଇଁ ପୁଲିସ୍‌ କର୍ମଚାରୀ ତାଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ଘାସିରାମ ମୋ ସରକାର ଫୋନ୍‌ ନମ୍ବରରେ କଲ୍‌ କରି ପୂରା ଘଟଣା ଜଣାଇଥିଲେ। ପରେ ମୋ ସରକାର 5T ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହାପରେ ଉକ୍ତ ୪ ପୁଲିସ୍‌ କର୍ମୀଙ୍କୁ  ନିଲମ୍ବିତ କରାଯାଇଛି।

The post ବାଜିଲା ମୋ ସରକାର ଛାଟ, ୪ ପୁଲିସ୍‌ ନିଲମ୍ବିତ appeared first on Odisha Reporter.



from Odisha Reporter https://ift.tt/3ls8UYy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages