ବିଜେପି ଛାଡ଼ିଥିଲେ ୧୫ ସଦସ୍ୟ, ୨ ଦିନରେ ଫେରିଲେଣି ୭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 30, 2021

ବିଜେପି ଛାଡ଼ିଥିଲେ ୧୫ ସଦସ୍ୟ, ୨ ଦିନରେ ଫେରିଲେଣି ୭

ବାରିପଦା(ମାଣିକ ଲାଲ ପାଣି): ମୟୂରଭଞ୍ଜ ବିଜେପିରେ ଘଡ଼ିକେ ଘୋଡ଼ା ଛୁଟିଛି । ଗତ ୨୭ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିରୋଧ କରି ଦଳରୁ ହଠାତ୍ ୧୫ ସଦସ୍ୟସଦସ୍ୟା ଇସ୍ତଫା ଦେଇଥିଲେ । ହେଲେ ଗତ ୨ ଦିନ ମଧ୍ୟରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଘର ବାହୁଡ଼ା ହୋଇ ସାରିଲାଣି।

ଗତ ରବିବାର ଦଳକୁ ୫ ଜଣ ଫେରିଥିବା ବେଳେ ସୋମବାର ୨ ଜଣକୁ ସମୁଦାୟ ମୋଟ ସାତ ଜଣ ଦଳକୁ ଫେରି ସାରିଲେଣି।  ଦଳକୁ ଫେରିବା ପରେକେହି ହୋଟେଲ କୁ ଡାକି ନେଇ   ଦଳରୁ ଇସ୍ତଫା ଦେବାକୁ ଦସ୍ତଖତ କରାଇ ନେଇଥିବା କହିଛନ୍ତି ସେମାନେ। ପୂର୍ବରୁ ଥିବା ମନ ମାଳିନ୍ୟ ଆଉ ନାହିଁ ସେମାନେ ଦଳରେ ରହିବେ । ବିଜେଡି ପ୍ରଲୋଭନ ଦେଖାଇ ଏପରି ଚକ୍ରାନ୍ତ କରୁଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ।

ସେପଟେ ଇସ୍ତଫା ଦେଇଥିବା ୧୫ ସଦସ୍ୟଙ୍କ ମଧ୍ୟରୁ ୭ ଦଳ କୁ ଫେରିଥିବା ବେଳେ ଅନ୍ୟ ୭ ସଦସ୍ୟ ନିଜ ଜିବନ ପ୍ରତି ବିପଦ ଥିବା କହିଛନ୍ତି। ସେମାନଙ୍କୁ ବିଭିନ୍ନ ଆଡ଼ୁ ଧମକ ଚମକ ଦିଆଯାଉଛି। ଏପରିକି ନିଜ ସୁରକ୍ଷା ପାଇଁ ସେମାନେ ମୟୂରଭଞ୍ଜ ଏସପିଙ୍କୁ ଭେଟି ଦାବି ଜଣାଇଛନ୍ତି ।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ପରିଷଦର ୫୯ ସିଟ୍‌  ମଧ୍ୟରୁ ୪୮ ଟି ପଦ ବିଜେପି ହାତରେ ରହିଛି । ୧୫ ସଦସ୍ୟଙ୍କ ଇସ୍ତଫା ପରେ ୭ ଜଣଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ମୟୂରଭଞ୍ଜ ରାଜନୀତି ସରଗରମ ସହ ଚର୍ଚ୍ଚା ଜୋର ଧରିଛି ।

The post ବିଜେପି ଛାଡ଼ିଥିଲେ ୧୫ ସଦସ୍ୟ, ୨ ଦିନରେ ଫେରିଲେଣି ୭ appeared first on Odisha Reporter.



from Odisha Reporter https://ift.tt/2YbRlSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages