ଟ୍ୟାଙ୍କର ଓ ଏସ୍‌ୟୁଭି ମୁହାଁମୁହିଁ, ୧୧ ଶ୍ରଦ୍ଧାଳୁ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

ଟ୍ୟାଙ୍କର ଓ ଏସ୍‌ୟୁଭି ମୁହାଁମୁହିଁ, ୧୧ ଶ୍ରଦ୍ଧାଳୁ ମୃତ

ଜୟପୁର: ଭୟଙ୍କର ସଡକ ଦୁର୍ଘଟଣା। ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ଟ୍ୟାଙ୍କର ଓ ଏସ୍‌ୟୁଭି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରାଜସ୍ଥାନର ନାଗୋରାରେ।

ସୂଚନା ମୁତାବକ, ଆଜି ସକାଳୁ ବିକାନେର ଜୋଧପୁର ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ଆସୁଥିବା ଏକ ଏସ୍‌ୟୁଭି ଏବଂ ଟ୍ୟାଙ୍କର ମୁହାଁମୁହିଁ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସେହିପରି ଦୁର୍ଘଟଣାରେ ଗୁରତର ୭ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ରାଜସ୍ଥାନର ନୋଖା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ମଧ୍ୟପ୍ରଦେଶର ସଜ୍ଜନଖେଡା ଗାଁର ବୋଲି ଜଣାପଡିଛି। ଏମାନେ ତିରୁପତି ବାଲାଜୀ ଦର୍ଶନ କରି ଘରକୁ ଫେରୁଥିଲେ।

ସେପଟେ ଏହି ଦୁର୍ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ୧୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ପରିବରକୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଏଥିସହ ଗୁରୁତରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ।

The post ଟ୍ୟାଙ୍କର ଓ ଏସ୍‌ୟୁଭି ମୁହାଁମୁହିଁ, ୧୧ ଶ୍ରଦ୍ଧାଳୁ ମୃତ appeared first on Odisha Reporter.



from Odisha Reporter https://ift.tt/3kHkdtK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages