ଯଦି ରିପୋର୍ଟ ସତ ହୋଇଥିବ ତା’ହେଲେ ଅଭିଯୋଗ ଗୁରୁତର: ସିଜେଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 5, 2021

ଯଦି ରିପୋର୍ଟ ସତ ହୋଇଥିବ ତା’ହେଲେ ଅଭିଯୋଗ ଗୁରୁତର: ସିଜେଆଇ

ନୂଆଦିଲ୍ଲୀ: ପେଗାସସ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ଶୁଣାଣି କରିବା ବେଳେ ପ୍ରଧାନ ବିଚାରପତି ଏନ୍ ଭି ରମନ୍ନା କହିଛନ୍ତି, ଯଦି ରିପୋର୍ଟର ସତ୍ୟାସତ୍ୟ ରହିଥିବ ତାହେଲେ ଯେଉଁ ଅଭିଯୋଗ ଆସିଛି ତାହା ଗୁରୁତର। ଆବେଦନକାରୀ ସୁପ୍ରିମକୋର୍ଟରେ ଦାବି କରିଥିଲେ ଯେ କୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିବା ଦରକାର। ଏହାପରେ ପ୍ରଧାନ ବିଚାରପତି କହିଛନ୍ତି ଆବେଦନକାରୀ କୋର୍ଟରେ ଯେଉଁ ସବୁ ପ୍ରସଙ୍ଗ ଉଠାଇ ଆବେଦନ କରିଛନ୍ତି ସେହି ସମସ୍ତ ଦସ୍ତାବିଜକୁ କେନ୍ଦ୍ରକୁ ଦିଅନ୍ତୁ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ପକ୍ଷ ନରଖିଲେ ଏହାକୁ ନେଇ କୌଣସି ତଦନ୍ତ ନିର୍ଦ୍ଦେଶ ଦେଇ ହେବନି। ଅଗଷ୍ଟ ୧୦ରେ ଏହାକୁ ନେଇ ପରବର୍ତ୍ତୀ ଶୁଣାଣି ହେବ। କେନ୍ଦ୍ର ସରକାର ଏହି ସମୟରେ ଉପସ୍ଥିତ ରହିବେ। ହେଲେ କେନ୍ଦ୍ର ସରକାରଙ୍କୁ ଏ ନେଇ ଜବାବ ତଲବ କରାଯାଇନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ତେବେ ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯଦି ଗୋପନୀୟତାର ଅଧିକାର କ୍ଷୁର୍ଣ୍ଣ ହୋଇଥିବା ସନ୍ଦେହ ହୋଇଛି ତାହାଲେ ଆଇଟି ଆକ୍ଟ ଅନୁଯାୟୀ କାହିଁକି ଆବେଦନକାରୀ ଏଫଆଇଆର ଦାଖଲ କରିନାହାନ୍ତି? ଆବେଦନକାରୀ ଏମ୍ ଏଲ ଶର୍ମା କହିଥିଲେ ସେ ଓ୍ୱାଶିଂଟନ ପୋଷ୍ଟର ଖବରକୁ ଆଧାର କରି ସେ ଏହି ଆବେଦନ କରିଛନ୍ତି। ଏହାପରେ ପ୍ରଧାନ ବିଚାରପତି ବିରକ୍ତ ଭାବ ପ୍ରକାଶ କରିଥିଲେ। କୌଣସି ପ୍ରମାଣ ନଥାଇ ଗୋଟିଏ ଖବରକାଗଜର ଖବର ଜରିଆରେ ଏପରି ଆବେଦନର ଶୁଣାଣି ସମ୍ଭବ ନୁହେଁ କହିଥିଲେ।

ଏହାପରେ ଏହି ମାମଲାର ଅନ୍ୟତମ ଆବେଦନକାରୀ ବରିଷ୍ଠ ସାମ୍ବାଦିକ ଏନ୍ ରାମଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କପିଲ ସିବଲ କୋର୍ଟରେ କହିଛନ୍ତି ଯେ ପେଗାସସ୍ ଭଳି ସ୍ପାୟଓ୍ୱୟର ଜଣେ ବ୍ୟକ୍ତିର ଗୋପନୀୟତା ଉପରେ ଆକ୍ରମଣ ଏବଂ ଏହା ସମ୍ବିଧାନର ନିୟମ ବିରୋଧରେ ରହିଛି। ଫୋନ୍ ଜରିଆରେ କେହି ଯଦି ଅନ୍ୟର ଜୀବନଶୈଳୀ ବାବଦରେ ଜାଣିପାରୁଛି ତାହେଲେ ଏହା ଗୋପନୀୟତା ନିୟମକୁ ଉଲ୍ଲଂଘନ କରୁଛି। ପ୍ରଧାନ ବିଚାରପତି କହିଛନ୍ତି ଯେ ଯଦି ମିଡିଆରେ ବାହାରିଥିବା ରିପୋର୍ଟ ସତ ହୋଇଥିବ ତାହାଲେ ଅଭିଯୋଗ ଗମ୍ଭୀର।

ପ୍ରଧାନ ବିଚାରପତି କହିଛନ୍ତି ଯେ ଏହି ମାମଲା ପୂର୍ବରୁ ଦୁଇ ବର୍ଷ ତଳେ ଆସିଥିଲା। ଏହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ। ଏପରି ପରିସ୍ଥିତିରେ, ତଥ୍ୟଗୁଡିକୁ ସାମିଲ୍ କରାଯିବା ଉଚିତ୍। ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି ଯେ ଏପର୍ଯ୍ୟନ୍ତ କାହିଁକି ଏହି ଘଟଣାରେ କେହି ଅପରାଧିକ ଅଭିଯୋଗ ଦାଖଲ କରିନାହାଁନ୍ତି। ଆଇଟି ଅଧିନିୟମ ଅନୁଯାୟୀ ଅପରାଧିକ ମାମଲା ରୁଜୁ ହୋଇ ପାରିଥାନ୍ତା।

ଆବେଦନକାରୀ କହିଛନ୍ତି ଯେ ଏହି ସଫ୍ଟୱେୟାର କେବଳ ସରକାରଙ୍କୁ ଦିଆଯାଇପାରିବ ଏବଂ କୌଣସି ଘରୋଇ କମ୍ପାନୀକୁ ନୁହେଁ। କପିଲ ସିବଲ ପକ୍ଷ ରଖି ଦାବି କରିଛନ୍ତି ଯେ ଯଦି ସରକାର ସଫ୍ଟୱେୟାର କିଣିଛନ୍ତି ଏବଂ କେଉଁଠାରେ ବ୍ୟବହାର କରାଯାଇଛି ତାର ଉତ୍ତର ସରକାର ଦେବା ଜରୁରୀ। ସରକାର ସ୍ୱୀକାର କରିଛନ୍ତି ଯେ ସ୍ପାୟୱୟର ଦ୍ୱାରା ପ୍ରଭାବିତ ୧୨୧ ଉପଭୋକ୍ତା ଭାରତରେ ଅଛନ୍ତି। କେବଳ ସରକାର ଏହି ସଫ୍ଟୱେୟାର କିଣି ପାରିବେ ଯେଉଁଥିରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଗୋଟିଏ ରାଜ୍ୟର ସରକାର ମଧ୍ୟ ସରକାର। କପିଲ ସିବଲ କହିଛନ୍ତି ଯେ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ। ଏଭଳି ପରିସ୍ଥିତିରେ ସରକାର ଏହାର ଉତ୍ତର ଦେବା ଠିକ୍ ହେବ।

The post ଯଦି ରିପୋର୍ଟ ସତ ହୋଇଥିବ ତା’ହେଲେ ଅଭିଯୋଗ ଗୁରୁତର: ସିଜେଆଇ appeared first on Odisha Reporter.



from Odisha Reporter https://ift.tt/3lCq5Xl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages