ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଦହି, ଲେମ୍ବୁ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ପିଆଜ, ଅଦା ରସୁଣ ,ଲୁଣ ଓ ତେଲ, ଅଟା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସକୁ ଧୋଇ ରଖନ୍ତୁ। ମାଂସରେ ଦହି, ଲେମ୍ବୁ ରସ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା ରସୁଣ ପେଷ୍ଟ, କଟା ପିଆଜ, ଲୁଣ ଓ ତେଲ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ। ମାଂସ ମ୍ୟାରିନେଟ ହେବା ପରେ ଏହାକୁ କିଛି ସମୟ ରଖି ଦିଅନ୍ତୁ। ଏହାପରେ ଏକ ଛୋଟ ହାଣ୍ଡିରେ ମ୍ୟାରିନେଟ ହୋଇଥିବା ମାଂସକୁ ରଖି ସେହି ହାଣ୍ଡି ଉପରେ ଅଟାର ଦମ୍ ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ।
ଏହାପରେ ଚୁଲି ଲଗାଇ ହାଣ୍ଡିକୁ ବସାଇ ୪୦ରୁ ୫୦ ମିନିଟ୍ ଯାଏ ମାଂସ ସିଝିବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଦମ୍ ଦହି ମାଂସ। ଏହାକୁ ଗରମାଗରମ ଭାତ, କିମ୍ବା ରୁଟି ସହ ଖାଇପାରିବେ।
The post ଘରେ ପ୍ରସ୍ତୁତ କରନ୍ତୁ ଦମ୍ ଦହି ମାଂସ appeared first on Odisha Reporter.
from Odisha Reporter https://ift.tt/3xlqxvf
No comments:
Post a Comment