ଗୌହାଟୀ: ଆସାମର ଦିମା ହାସାଓ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କୀମାନେ ଭୟଙ୍କର ହମଲା କରିଛନ୍ତି। ସେମାନେ କୋଇଲା ବୋଝେଇ ଟ୍ରକ୍ ଗୁଡ଼ିକ ଉପରେ ଆଖିବୁଜା ଗୁଳିମାଡ଼ କରି ଏଥିରେ ନିଆଁ ଲଗା ଦେଇଛନ୍ତି। ଅଗ୍ନିକାଣ୍ଡ ଯୋଗୁ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଆଉ କିଛି ଗୁରୁତର ଆହତ ହୋଇଛନ୍ତି।
ପୁଲିସ୍ର ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଆସାମର ବିଦ୍ରୋହୀ ପ୍ରବଣ ଦିୟୁମ୍ବରା ଠାରେ ଗୁରୁବାର ରାତିରେ ଏପରି ଘଟିଛି। ୫ଟି ଟ୍ରକ୍ ଏକା ସାଙ୍ଗରେ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ଘରୋଇ କମ୍ପାନୀ ପାଇଁ କୋଇଲା ଓ କ୍ଲିଙ୍କର ନେଇ ଯାଉଥିଲେ। ତେବେ ହଠାତ୍ ଟ୍ରକ୍ଗୁଡ଼ିକ ଉପରେ ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା ଆତଙ୍କୀମାନେ ଆଖୁବୁଜା ଗୁଳିମାଡ଼ କରିଥିଲେ।
ଏହାଦେଖି ଟ୍ରକ୍ଗୁଡ଼ିକ ଅଟକି ଯାଇଥିଲା। ଏହାପରେ ଆତଙ୍କୀମାନେ ଏଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଆତଙ୍କୀମାନେ ଫେରାର ହୋଇ ଯାଇଥିଲେ। ନିଆଁକୁ ଆୟତ୍ତ କରି ଉଦ୍ଧାରକାରୀ ଦଳ ପୋଡ଼ି ହୋଇ ଯାଇଥିବା ୫ ଜଣଙ୍କ ଶବ ଉଦ୍ଧାର କରିଥିଲେ।
ସେହିପରି କିଛି ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ କରାଯାଇଥିଲା। ଆକ୍ରମଣ ପଛରେ ଦିମାସା ନ୍ୟାଶନାଲ ଲିବେରେସନ ଆର୍ମି(ଡିଏନଏଲଏ) ନାମକ ଗୋଟିଏ ଛୋଟିଆ ଆତଙ୍କୀ ସଂଗଠନ ହାତ ଥିବା ପୁଲିସ ସନ୍ଦେହ କରୁଛି।
The post ଆତଙ୍କୀ ହମଲା, ଗୁଳିମାଡ଼ ପରେ ଟ୍ରକ ସହ ୫ ଜଣଙ୍କୁ ଜୀବନ୍ତ ଜାଳିଦେଲେ appeared first on Odisha Reporter.
from Odisha Reporter https://ift.tt/3BdJqCM
No comments:
Post a Comment