କଟକ (ଓଡ଼ିଶା ରିପୋର୍ଟର): ନିଖୋଜ ହେବାର ୧୨ ଦିନ ବିତି ଯାଇଥିଲେ ମଧ୍ୟ ଜଣେ ଯୁବକଙ୍କ ପତ୍ତା ମିଳିପାରି ନାହିଁ। ଏନେଇ ପରିବାର ଲୋକେ କଟକର ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି।
ନିଖୋଜ ଯୁବକ ଜଣଙ୍କ ହେଲେ SCB ମେଡ଼ିକାଲ କଲେଜର ଲ୍ୟାବ୍ ଟେକନିସିଆନ ଛାତ୍ର ସଂଗ୍ରାମ କେଶରୀ ନାଏକ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା କରଡ଼ାପାଳ ଗାଁରେ।
ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ସକାଳେ ସଂଗ୍ରାମ ରୁମରେ ଫୋନ୍ ଛାଡ଼ି କୁଆଡେ ପଳାଇ ଯାଇଥିଲେ। ରାତି ହେବାରୁ ସେ ରୁମ୍କୁ ନ ଫେରିବାରୁ ତାଙ୍କ ସାଙ୍ଗମାନେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ରାତି ପ୍ରାୟ ୯ଟା ସମୟରେ ଯୋବ୍ରା ଆନିକଟ ଅଞ୍ଚଳରୁ ସାଙ୍ଗମାନେ ସଂଗ୍ରାମଙ୍କ ସାଇକେଲ ଓ ଚପଲ ପାଇଥିଲେ। ତା’ ପରଦିନ ଖବର ପାଇ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଂଗ୍ରାମଙ୍କ ପତ୍ତା ମିଳିନଥିଲା ।
ଅଗଷ୍ଟ ୧୬ ତାରିଖରେ ପୁଅ ନିଖୋଜ ଥିବା ନେଇ ପରିବାର ଲୋକେ ଖବର ପାଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ।
ନିଖୋଜ ଯୁବକଙ୍କ ମାଆ କହିଛନ୍ତି, ଅଗଷ୍ଟ ୧୫ ତାରିଖ ରାତିରେ ମୁଁ ପୁଅକୁ ଫୋନ କରିଥିଲି। ତା’ ସାଙ୍ଗପିଲା ଫୋନ୍ ଉଠାଇ ସେ ଦିନ ବେଳୁ କୁଆଡେ ଯାଇଥିବା କହିଥିଲେ। ମୋ ପୁଅ ଗୋଟେ ଝିଅକୁ ଭଲ ପାଉଥିଲା। ହେଲେ ସେହି ଝିଅଟି ତାକୁ ଭଲ ପାଉ ନଥିଲା।
ଅନ୍ୟପକ୍ଷରେ ଏହି ଘଟଣା ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।
The post ୧୨ ଦିନ ହେବ ଯୁବକ ନିଖୋଜ, ମିଳିଛି ସାଇକେଲ ଓ ଚପଲ appeared first on Odisha Reporter.
from Odisha Reporter https://ift.tt/3kw4BJw
No comments:
Post a Comment