ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ, ୬୬ ମୃତକଙ୍କ ସୂଚନା ମିଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ, ୬୬ ମୃତକଙ୍କ ସୂଚନା ମିଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଉପରମୁହାଁ ହେଲାଣି କରୋନା ଗ୍ରାଫ।  ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଗତ ୨ ତାରିଖରେ ୧,୦୩୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି  ୧୧୨୯  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଧିରେ ଧିରେ କରୋନା ଗ୍ରାଫ ଉପର ମୁହାଁ ହେଉଥିବାରୁ ଲୋକଙ୍କ ମନରେ ଛନକା ପଶିଲାଣି।

୧୩୧୫ ପଜିଟିଭ ମଧ୍ୟରୁ ୭୬୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୫୩ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୬ ଜଣଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ୧୩୧୫ ଆକ୍ରାନ୍ତଙ୍କ ମଧ୍ୟରୁ  ଖୋର୍ଦ୍ଧାରୁ  ସର୍ବାଧିକ ୪୧୩, କଟକରୁ ୧୯୮, ଅନୁଗୋଳରୁ ୫୨, ବାଲେଶ୍ୱରରୁ ୪୩, ବରଗଡ଼ରୁ ୨, ଭଦ୍ରକରୁ ୪୯, ବଳାଙ୍ଗିରରୁ ୪, ବୌଦ୍ଧରୁ ୪, , ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୮,  ଗଜପତିରୁ ୫, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୫୩, ଯାଜପୁରରୁ ୮୯  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ କଳାହାଣ୍ଡିରୁ ୪, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨୮, କେନ୍ଦୁଝରରୁ ୧୩, , କୋରାପୁଟରୁ ୬, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୬୨,  ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୬,  ପୁରୀରୁ ୬୭, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୨୩, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୧୬, ଷ୍ଟେଟ ପୁଲ୍‌ରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଯେଉଁ ୬୬ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଅନୁଗୋଳରୁ ୫, ଭଦ୍ରକରୁ ୨, ବଳାଙ୍ଗିରରୁ ୨, କଟକରୁ ୧୦, ଢେଙ୍କାନାଳରୁ ୧,  ଗଞ୍ଜାମରୁ ୧, ଝାରସୁଗୁଡ଼ା, ଯାଜପୁରରୁ ୩ ଲେଖାଏ, କଳାହାଣ୍ଡିରୁ ୧,  କନ୍ଧମାଳ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ, ଖୋର୍ଦ୍ଧାରୁ ୧୮, ମୟୂରଭଞ୍ଜରୁ ୬, ନୟାଗଡ଼ରୁ ୨, ପୁରୀରୁ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଅନୁଗୋଳରୁ ସମୁଦାୟ ୨୬୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ , ଭଦ୍ରକରୁ ୯୧, ବଳାଙ୍ଗିରରୁ ୧୦୫  , କଟକରୁ  ୩୭୬  , ଢେଙ୍କାନାଳରୁ୧୨୮ ,  ଗଞ୍ଜାମରୁ ୪୫୦ , ଝାରସୁଗୁଡ଼ାରୁ୧୬୦ , ଯାଜପୁରରୁ ୭୯  , କଳାହାଣ୍ଡିରୁ୨୦୧ ,  କନ୍ଧମାଳରୁ ୭୬  , କେନ୍ଦ୍ରାପଡ଼ାରୁ ୧୪୬ , ଖୋର୍ଦ୍ଧାରୁ ୧୨୦୬ , ମୟୂରଭଞ୍ଜରୁ ୨୨୦ , ନୟାଗଡ଼ରୁ ୧୫୨ , ପୁରୀରୁ ୩୮୪  , ସୁନ୍ଦରଗଡ଼ରୁ ୫୯୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

The post ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ, ୬୬ ମୃତକଙ୍କ ସୂଚନା ମିଳିଲା appeared first on Odisha Reporter.



from Odisha Reporter https://ift.tt/3rPOiuu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages