ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଭଡ଼ା (TOLET)ରେ ମିଳିବ। ପାକିସ୍ତାନ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି। ଦେଶରେ ଆର୍ଥିକ ସଙ୍କଟର ଘୋର ଅଭାବ ରହିଥିବା ବେଳେ ରାଜସ୍ୱ ବୃଦ୍ଧି କରିବାକୁ ଯାଇ ପାକିସ୍ତାନ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବାସଭବନକୁ ଭଡା ଦେବାକୁ ଯୋଜନା କରିଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରଥମେ ୨୦୧୯ରେ ଏହି ଘୋଷଣା କରିଥିଲେ। ସେଥିପାଇଁ ସେ ତାଙ୍କ ସରକାରୀ ବାସଭବନକୁ ଖାଲି କରି ଦେଇଥିଲେ। ଉଦ୍ଦେଶ୍ୟ ଥିଲା ଏହି ସରକାରୀ ବାସଭବନକୁ କୌଣସି ବିଶ୍ୱବିଦ୍ୟାଳୟକୁ ଭଡ଼ାରେ ଦିଆଯିବ। ହେଲେ କେହି ଭଡ଼ା ନେବାକୁ ଇଚ୍ଛା ପ୍ରକାଶ କରିନଥିବା ସୂଚନା ରହିଛି। ଏହାପରେ ପାକିସ୍ତାନ ସରକାର ଘର ଭଡ଼ା ନିୟମରେ ସଂଶୋଧନ କରିଛନ୍ତି। ତେଣୁ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ବାହାଘର, ଭୋଜି ଆଦି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିହେବ ବୋଲି ଭଡ଼ା ନିୟମରେ ଉଲ୍ଲେଖ ରହିଛି। ପାକିସ୍ତାନର ସାମା ଟିଭି ଏହି ରିପୋର୍ଟ ପ୍ରକାଶ କରିଛି।
ତେବେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ ବେଳେ ଯେମିତି ଏହି ସରକାରୀ ବାସଭବନରେ କୌଣସି କ୍ଷତି ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଏଥିପାଇଁ ସରକାର ଦୁଇଟି କମିଟି ଗଠନ କରିଛନ୍ତି। ଯେଉଁମାନେ କି କୌଣସି ଶୃଙ୍ଖଳା ଭାଙ୍ଗିଲେ କିମ୍ଵା ବେଆଇନ କାମ ହେଲେ ଉତ୍ତରଦାୟୀ ରହିବେ।
ସୂଚନାଯୋଗ୍ୟ, ଇମ୍ରାନ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ବେଳେ କହିଥିଲେ ଦେଶର ଅନେତ ଆର୍ଥିକ ସଙ୍କଟ ରହିଛି। ହେଲେ କିଛି ଲୋକ ରହିଛନ୍ତି ଯେଉଁମାନେ ସମ୍ରାଟଙ୍କ ପରି ଘର ଓ ଜୀବନଶୈଳୀକୁ ଆପଣାଉଛନ୍ତି। ଏପରି କହି ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୀବନଶୈଳୀଙ୍କୁ ସମାଲୋଚନା କରିଥିଲେ। ଏହାପରେ ୨୦୧୯ରେ ସେ ଘୋଷଣା କରିଥିଲେ ତାଙ୍କ ସରକାରୀ ବାସଭବନକୁ କୌଣସି ବିଶ୍ୱବିଦ୍ୟାଳୟକୁ ଭଡ଼ାରେ ଦିଆଯିବ। ସେ କେବଳ ପ୍ରଧାନମନ୍ତ୍ରୀଙ୍କ ଅଫିସ ଓ ତାଙ୍କ ନିଜ ବାସଭବନକୁ ବ୍ୟବହାର କରିବେ।
ଇମ୍ରାନ୍ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଆର୍ଥିକ ସମସ୍ୟା ବଡ଼ ଚ୍ୟାଲେଞ୍ଜ ରହିଛି। ଏହାର ପୁନରୁଦ୍ଧାର କରିବା ପାଇଁ ସେ ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ଗତ ତିନିବର୍ଷ ମଧ୍ୟରେ ପାକିସ୍ତାନର ଅର୍ଥନୀତି ୧୯ ବିଲିୟନ ଡ଼ଲାରରେ ହ୍ରାସ ପାଇଛି।
The post ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଲାଗିବ TOLET appeared first on Odisha Reporter.
from Odisha Reporter https://ift.tt/3ji6bhH
No comments:
Post a Comment