ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନକୁ ତାଲିବାନର ନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନକୁ ତାଲିବାନର ନା’

କାବୁଲ: ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇନପାରେ। କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର। ତାଲିବାନ ଆଫଗାନିସ୍ତାନର ନେତା, ସେନା ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିବ ଏବଂ ନୂତନ ସରକାରଙ୍କ ଢ଼ାଞ୍ଚାରେ କାର୍ଯ୍ୟ କରିବ। ଏନେଇ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ସର୍ବୋଚ୍ଚ ତାବିଲାନ କମାଣ୍ଡର ୱାହିଦୁଲ୍ଲା ହାସିମୀ। କାଉନସିଲ ଦ୍ୱାରା ଚୟନ ହେବେ ବିଭିନ୍ନ ବିଭାଗର ମନ୍ତ୍ରୀ।

ଏପଟେ ତାଲିବାନର ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ଶାସନ ମୁଖ୍ୟ ରହିବା ନେଇ ସେ ସୂଚନା ଦେଇଛନ୍ତି।  ଅନ୍ୟପଟେ କାବୁଲରେ ପହଞ୍ଚିଛନ୍ତି ତାଲିବାନର ସହପ୍ରତିଷ୍ଠାତା ମୁଲ୍ଲା ବରାଦର। ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବା ନେଇ ଜଣାପଡିଛି।

ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡ଼ି ପଳାୟନ କରିଥିବା ରାଷ୍ଟ୍ରପତି ଅସ୍ରଫ୍ ଘନି ୟୁଏଇର ଶରଣ ପଶିଛନ୍ତି। ତାଙ୍କୁ ୟୁନାଇଟେଡ୍ ଆରବ ଏମିରେଟସ ତଥା ୟୁଏଇ ପକ୍ଷରୁ ଆଶ୍ରୟ ଦିଆଯାଇଛି। ୟୁଏଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମନ୍ତ୍ରାଳୟ କହିଛି ଯେ, ମାନବିକତା ଦୃଷ୍ଟିକୋଣରୁ ଆସ୍ରଫ୍ ଘନି ଏବଂ ତାଙ୍କ ପରିବାରକୁ ଶରଣ ଦିଆଯାଇଛି। ବର୍ତ୍ତମାନ ପରିବାର ସହ ଆସ୍ରଫ୍ ଘନି ଆବୁଧାବିରେ ଅଛନ୍ତି। ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ୪ଟି ଟଙ୍କା ଭର୍ତ୍ତି ଗାଡ଼ି ସହିତ ଘନି ଦେଶ ଛାଡ଼ି ପଳାଇଥିବା ନେଇ ଖବର ମିଳିଥିଲା।

ତେବେ ରକ୍ତପାତ ଏଡାଇବା ପାଇଁ ପଦ ଛାଡିଥିବା ନେଇ ପୁଣି ଦୋହରାଇଛନ୍ତି ଘନି।  ସେହିପରି ସେ ବିପୁଳ ପରିମାଣର ଟଙ୍କା ନେଇ ଦେଶ ଛାଡିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ସେ ଖଣ୍ଡନ କରିଛନ୍ତି।

The post ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନକୁ ତାଲିବାନର ନା’ appeared first on Odisha Reporter.



from Odisha Reporter https://ift.tt/3stbUoS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages