କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଫାଣ୍ଡିକୁ ତଦନ୍ତ ପାଇଁ ଡାକି ପୁଲିସ୍ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବୀର ରୋଡ୍ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ।
ଅଭିଯୋଗ ଅନୁଯାୟୀ, ଦଶିପୁର ଗାଁର ସୁଶୀଲ କୁମାର ସ୍ୱାଇଁ ନାମକ ଜଣେ ଯୁବକଙ୍କୁ ଏକ ପାରିବାରିକ କଳହକୁ ନେଇ ଫାଣ୍ଡିକୁ ଡକାଯାଇଥିଲା। ତେବେ ଫାଣ୍ଡି ଗେଟ୍ ନିକଟରେ ସୁଶୀଲଙ୍କୁ ଫାଣ୍ଡି ଅଧିକାରୀ ଘୋଷାଡ଼ି ଘୋଷାଡ଼ି ନେବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ।
ଏହି ଘଟଣା ନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓରେ ଫାଣ୍ଡି ଅଧିକାରୀ ଉକ୍ତ ବ୍ୟକ୍ତିଙ୍କୁ ଧକ୍କା ମାରି ଫାଣ୍ଡି ଭିତରକୁ ନେଉଥିବା ଦେଖିବାକୁ ମିଳିଛି। ବ୍ୟକ୍ତି ଜଣଙ୍କ ବସି ପଡ଼ିବାରୁ ସେ ତାକୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଏ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମହାବୀର ରୋଡ୍ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ।
The post ତଦନ୍ତ ପାଇଁ ଫାଣ୍ଡିକୁ ଡାକି ନିସ୍ତୁକ ମାଡ଼ appeared first on Odisha Reporter.
from Odisha Reporter https://ift.tt/3geQdnL
No comments:
Post a Comment