ନୂଆଦିଲ୍ଲୀ: ସମଗ୍ର ବିଶ୍ୱକୁ କଲବଲ କରୁଛି କରୋନା। କେଉଁଠି ଦ୍ୱିତୀୟ ଲହର ତ ଆଉ କେଉଁଠି ଜାରି ରହିଛି ତୃତୀୟ ଲହରର ତାଣ୍ଡବ। ଏହାରି ଭିତରେ ଏହି ମହାମରୀକୁ ମାତ୍ ଦେବା ପାଇଁ ଚାଲିଛି ସଙ୍ଘର୍ଷ। ଚାରିଆଡେ ଜାରି ରହିଛି ଟିକାକରଣ। ଭାତରରେ ବିଭିନ୍ନ କମ୍ପାନୀର ଟିକାକୁ ମିଳୁଛି ମଞ୍ଜୁରୀ। ଏହି କ୍ରମରେ ଏବେ ଆଉ ଏକ ଟିକାକୁ ମଞ୍ଜୁରୀ ମିଳିପାରେ ବୋଲି ସୂଚନା ରହିଛି।
ଚଳିତ ସପ୍ତାହରେ ଜାଇଡସ୍ କାଡିଲା ପକ୍ଷରୁ ତିଆରି ହୋଇଥିବା ଟିକା ZyCoV-Dକୁ ଜରୁରୀକାଳୀନ ମଞ୍ଜୁରୀ ମିଳିପାରେ। ଜୁଲାଇ ମାସରେ ହିଁ ଅହମଦାବାଦ ସ୍ଥିତି ଜାଇଡସ୍ କାଡିଲା ଭାରତର ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ ତଥା DCGIକୁ ଇମ୍ୟୁନୋଜେନେସିଟି ଏବଂ ନିରାପତ୍ତା ସମ୍ବନ୍ଧୀୟ ଅତିରିକ୍ତ ତଥ୍ୟ ଦେଇସାରିଛି। ଏଥିସହ ଜାଇଡସ୍ କାଡିଲା ଜୁଲାଇ ୧ ତାରିଖରେ ZyCoV-Dର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପାଇଁ ଅନୁରୋଧ କକରିଥିଲା। ଏବେ ଏହାର ବ୍ୟବହାର ପାଇଁ ଗ୍ରୀନ୍ ସିଗ୍ନାଲ ମିଳିପାରେ।
ସୂଚନା ମୁତାବକ, ZyCoV-D ଦୁନିଆର ପ୍ରଥମ ପ୍ଲାଜମିଡ୍ DNA ଟିକା। ଯଦି ଏହାକୁ ମଞ୍ଜୁରୀ ମିଳିଯାଏ ତେବେ ଭାରତ ବାୟୋଟେକର କୋଭାକ୍ସିନ ପରେ ଏହା ଦେଶର ଦ୍ୱିତୀୟ ସ୍ୱଦେଶୀ ଟିକା ହେବ।
କିଭଳି କାମ କରିବ ଏହି ଟିକା?
ଏହା ଏକ ପ୍ଲାଜମିଡ୍ ଡିଏନ୍ଏ ଟିକା। ପ୍ଲାଜମିଡ୍ ହେଉଛି ମଣିଷରେ ମିଳୁଥିବା DNA ର ଏକ ଛୋଟ ବୃତ୍ତାକାର ଖଣ୍ଡ। ଏହି ଟିକା ମାନବ ଶରୀରରେ କୋଷ ସାହାଯ୍ୟରେ କରୋନା ଜୀବାଣୁର ସ୍ପାଇକ୍ ପ୍ରୋଟିନ୍ ପ୍ରସ୍ତୁତ କରେ। ଏହା ଶରୀରରେ କରୋନା ଜୀବାଣୁର ମୁଖ୍ୟ ଅଂଶ ଚିହ୍ନଟ କରିବାରେ ସାହାଯ୍ୟ କରେ। ଏହିପରି ଶରୀରରେ ଜୀବାଣୁ ସହ ଲଢ଼ିବା ପାଇଁ ପ୍ରସ୍ତୁତ ହୁଏ।
ଯଦି ଏହି ଟିକାକୁ ମଞ୍ଜୁରୀ ମିଳେ ତେବେ ଜଣେ ବ୍ୟକ୍ତିଙ୍କୁ ଏହି ଟିକାର ୩ଟି ଡୋଜ ନେବାକୁ ପଡିବ। ପ୍ରଥମ ଡୋଜର ୨୧ ଦିନ ପରେ ଦ୍ୱିତୀୟ ଡୋଜ ଏବଂ ୫୬ ଦିନ ପରେ ତୃତୀୟ ଡୋଜ ଦିଆଯିବ। ତେବେ ଏହି ଟିକାର ଦୁଇଟି ଡୋଜକୁ ନେଇ ମଧ୍ୟ ପରୀକ୍ଷା କରାଯାଇଛି, ଏଥିରୁ ସମାନ ଫଳାଫଳ ମିଳିଛି ବୋଲି କମ୍ପାନୀ କହିଛି।
ସୂଚନା ମୁତାବକ, ଗତ କିଛି ଦିନ ତଳେ ଆମେରିକାନ ଟିକା ଜନସନ୍ ଆଣ୍ଡ ଜନସନକୁ ଭାରତ ସରକାର ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହା ଦୁଇ ଦିନ ପୂର୍ବେ ଜନସନ ଆଣ୍ଡ ଜନସନ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ଏହି ଟିକାର ବିଶେଷତ୍ୱ ହେଲା ଏହା ସିଙ୍ଗେଲ୍ ଡୋଜ।
Zydus Cadila's COVID19 vaccine is expected to get approval this week: Sources
— ANI (@ANI) August 9, 2021
The post ଚଳିତ ସପ୍ତାହରେ ଆଉ ଏକ ଟିକାକୁ ମିଳିପାରେ ମଞ୍ଜୁରୀ appeared first on Odisha Reporter.
from Odisha Reporter https://ift.tt/3fKObLE
No comments:
Post a Comment