ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହିଁ, ହେଲେ ଶୀଘ୍ର ଫେରିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 18, 2021

ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହିଁ, ହେଲେ ଶୀଘ୍ର ଫେରିବି’

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଜରାଜୀର୍ଣ୍ଣ ଶରୀର ସାଙ୍ଗକୁ ନାକରେ ପାଇପ୍‌ ଲାଗିଛି। ମୁହଁରୁ ଚମକ ହଜି ଯାଇଥିବା ବେଳେ ଲାଖି ରହିଛି ଚେନାଏ ହସ୍‌। ଦିନେ ଓଡ଼ିଶାବାସୀଙ୍କ ହକ୍‌, ଅଧିକାର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଗର୍ଜନ କରୁଥିବା ବିଜେପିର ତୁଙ୍ଗ ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି।

ପ୍ରାୟ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ପ୍ରଦୀପ୍ତ କୁମାର ନାୟକ ଗତକାଲି ନିଜ ଟ୍ୱିଟର ପେଜ୍‌ରେ ଏକ ଫଟୋ ଛାଡ଼ିବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। କରୋନାରୁ ସେ ଧିରେ ଧିରେ ସୁସ୍ଥ ହେଉଥିଲେ ମଧ୍ୟ ଏଥିପାଇଁ ତାଙ୍କୁ ଆହୁରି ସମୟ ଲାଗିବ ବୋଲି ଜଣାଇଛନ୍ତି।

”ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହିଁ। ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛି। ଆପଣମାନଙ୍କ ଅପାର ଭଲ ପାଇବା  ଓ ମା’ ମାଣିକେଶ୍ୱରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଧିରେ ଧିରେ ସୁସ୍ଥ ହେଉଛି। ମୁଁ ସମ୍ପୂର୍ଣ୍ଣ ଭଲ ହୋଇ ବହୁତ ଶୀଘ୍ର ଆପଣମାନଙ୍କ  ପାଖକୁ  ଫେରିବାକୁ ବ୍ୟାକୁଳତାର ସହ ଅପେକ୍ଷା କରିଛି। ଚିକିତ୍ସାଧୀନ ଥିବାରୁ ଲୋକଙ୍କ ସହ ମିଶି ପାରୁ ନ ଥିବାରୁ ଓଡ଼ିଶାବାସୀଙ୍କ ହକ୍‌ ପାଇଁ ଲଢ଼ି ପାରୁନି। ତଥାପି ଯାହା କିଛି ସମସ୍ୟା ଦୃଷ୍ଟିଗୋଚର ହେଉଛି ଚିଠି ଜରିଆରେ ରାଜ୍ୟ ସରକାରଙ୍କୁ ଜଣାଉଛି । ” ଏନେଇ ଟ୍ୱିଟ କରିବା ପରେ ଶୁଭେଚ୍ଛୁମାନେ ତାଙ୍କ  ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏଥିସହ ସେ ଲେଖିଛନ୍ତି, “ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମାଣିକେଶ୍ୱରୀଙ୍କ ଅପାର କୃପା ତଥା ମୋର ଆରୋଗ୍ୟ କାମନା କରି ଭଗବାନଙ୍କ ପାଖରେ ଦୀପ ଜାଳି ମୋ ପାଇଁ ପୂଜାର୍ଚ୍ଚନା କରିଥିବା ଓ ମୋତେ ଭଲ ପାଉଥିବା ଜନସାଧାରଣଙ୍କ ପ୍ରାର୍ଥନା ଦ୍ୱାରା ମୁଁ ଧୀରେ ଧୀରେ ସୁସ୍ଥ ହେଉଛି। ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ।”

ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ରହୁଥିବା ଓ ଏନେଇ ଏମସ୍‌ କର୍ତ୍ତୃପକ୍ଷଙ୍କ ସହ ଲଗାତାର ସମ୍ପର୍କରେ ରହୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି  ବିଜେପି ନେତା ପ୍ରଦୀପ କୁମାର ନାୟକ।

ସୂଚନାଯୋଗ୍ୟ, ଏପ୍ରିଲ ମାସେ ୧୯ ତାରିଖରେ ପ୍ରଦୀପ୍ତ କୋଭିଡରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏପ୍ରିଲ ୨୦ରେ ଭୁବନେଶ୍ୱର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରଦୀପ୍ତଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏମିତିକି ଆବଶ୍ୟକ ପଡ଼ିଲେ ନୂଆଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା। ତେବେ ଏହି ସମୟରେ ଏକ ଚାରି ଜଣିଆ ଟିମ୍ ତିଆରି କରାଯାଇ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାର ମନିଟରିଂ କରା ଯାଉଥିଲା। ଯେଉଁଥିରୁ ଏମ୍ସ ଭୁବନେଶ୍ୱରର ଦୁଇ ଜଣ ଏବଂ ଏସସିବି ମେଡିକାଲର ଦୁଇ ଡାକ୍ତର ମିଶି ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଥିଲେ। ଏବେ ପ୍ରଦୀପ୍ତ ଆରୋଗ୍ୟ ହେଉଥିବା ଜଣାପଡ଼ିଛି।

The post ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହିଁ, ହେଲେ ଶୀଘ୍ର ଫେରିବି’ appeared first on Odisha Reporter.



from Odisha Reporter https://ift.tt/2XuNlfS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages