ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 18, 2021

ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ୟୁଜିସି ଅଧିନିୟମ-୧୯୫୬, ଧାରା ୨ (ଏଫ୍) ଅନୁଯାୟୀ, କମିଶନ ବିଶ୍ୱବିଦ୍ୟାଳୟର ମାନ୍ୟତା ସେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ନିଷ୍ପତ୍ତି ଦ୍ୱାରା ଜନଜାତି ବହୁଳ କଳାହାଣ୍ଡି ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିକ୍ଷା ନୀତି ଜରିଆରେ ଏହି ବିଶ୍ୱବିଦ୍ୟାଳୟ ଜରିଆରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଯିବ  ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ତେବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆବଶ୍ୟକ ତଥ୍ୟ ପ୍ରଦାନ କଲେ ୟୁଜିସି ଅଧିନିୟମ ୧୯୫୬ ଧାରା ୧୨ (ବି) ଅନୁଯାୟୀ, ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ବୋଲି ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ଭବାନୀପାଟଣାସ୍ଥିତ ସରକାରୀ ସ୍ୱୟଂଶାସିତ କଲେକକୁ ଉନ୍ନୀତ କରାଯାଇ  ୨୦୧୯ ଜୁନ୍ ପହିଲାରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭାବେ କାର୍ଯ୍ୟକ୍ଷମ କରାଯାଇଛି ।   ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର କଲେଜଗୁଡ଼ିକୁ ଏହି ପ୍ରସ୍ତାବିତ ନବଗଠିତ ବିଶ୍ୱବିଦ୍ୟାଳୟ ଅଧୀନକୁ ଅଣାଯାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାୟ ୨୪୦ଟି କଲେଜ ଥିବାରୁ ସେଠାରେ ପ୍ରଶାସନିକ କାର୍ଯ୍ୟର ଚାପକୁ ହ୍ରାସ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିଲେ।

୨୦୧୯ ମାର୍ଚ୍ଚ ୬ତାରିଖରେ ଉଚ୍ଚଶିକ୍ଷା ନୀତି ଆଧାରରେ ଏହି ନୂଆ ବିଶ୍ୱବିଦ୍ୟାଳୟ ଗଠନ ନିମନ୍ତେ ସରକାର ପଦକ୍ଷେପ  ନେବା ପରେ ଏହା ବିଶ୍ୱବିଦ୍ୟାଳୟ ରୂପେ କାର୍ଯ୍ୟକ୍ଷମ ହୋଇଥିଲା।  ଏବେ ଏହାକୁ ୟୁଜିସି ମାନ୍ୟତା ମିଳିବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ କରାଯାଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଶିକ୍ଷା ମନ୍ତ୍ରୀ ଧର୍ମାନ୍ଦ୍ର ପ୍ରଧାନ କରିଥିବା ଟ୍ୱିଟ ।

The post ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ appeared first on Odisha Reporter.



from Odisha Reporter https://ift.tt/3mfcUfl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages