ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ବିରୋଧରେ ସତ ଓଗାଳିବେ ଅଭିନେତ୍ରୀ ଶର୍ଲିନ ଚୋପ୍ରା । ପନୋଗ୍ରାଫିକ ଫିଲ୍ମ କରିବା ଅଭିଯୋଗରେ ଗତ ୧୯ ତାରିଖରୁ ରାଜ କୁନ୍ଦ୍ରା ଜେଲ୍ରେ ଥିବା ବେଳେ ତାଙ୍କ ଅଡ଼ୁଆ ବଢ଼ାଇ ଦେଉଛି ସୋଶାଲ ମିଡିଆରେ ଶର୍ଲିନଙ୍କ ଗୋଟିଏ ପରେ ଗୋଟିଏ ପୋଷ୍ଟ। ଶର୍ଲିନ ରାଜ୍ଙ୍କ ଉପରେ ବହୁ ସଙ୍ଗୀନ ଆରୋପ ଲଗାଇଥିବା ପଚରାଉଚରା ନିମନ୍ତେ ଆଜି ତାଙ୍କୁ ଡାକିଛି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ । ଏଥିନିମନ୍ତେ ପୂର୍ବରୁ ଶର୍ଲିନଙ୍କୁ ସମନ ପଠାଯାଇଥିଲା।
ଶର୍ଲିନ ଆଣିଥିବା ଅଭିଯୋଗ ଅନୁଯାୟୀ, ରାଜ ହିଁ ତାଙ୍କୁ ଆଡଲ୍ଟ ଫିଲ୍ମ ଦୁନିଆକୁ ଠେଲିଥିଲେ। ମନରେ ବିଶ୍ୱାସ ଜଣାଇବା ଲାଗି ରାଜ ପ୍ରଥମେ ତାଙ୍କୁ ଏକ ଭଲ ଫିଲ୍ମର ଅଫର କରିଥିଲେ। ମାତ୍ର ଏହାପରେ ଆଡଲ୍ଟ କଣ୍ଟେଣ୍ଟ ପାଇଁ କାମ କରିବାକୁ ବାଧ୍ୟ କରିଥିଲେ। ଏହାପରେ ରାଜ ନିଜ ଆପ୍ ହଟସଟ୍ସ ପାଇଁ ମଧ୍ୟ କାମ କରିବାକୁ ଶର୍ଲିନଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ଏଥିନିମନ୍ତେ ଶର୍ଲିନ ସଫା ସଫା ମନା କରି ଦେଇଥିବା କହିଥିଲେ।
ଏହାବାଦ ଶର୍ଲିନଙ୍କ ଆଣିଥିବା ଆଉ ଏକ ଅଭିଯୋଗ ଅନୁଯାୟୀ, ୨୦୧୯ ମସିହାରେ ଥରେ ଅଚାନକ ରାଜ୍ ତାଙ୍କ ଘରକୁ ଆସିଥିଲେ। ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ରାଜ ତାଙ୍କୁ ଜବରଦସ୍ତି କିସ୍ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଶର୍ଲିନ ଏହାକୁ ବିରୋଧ କରିବା ସହ ବିବାହିତ ପୁରୁଷଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନ ଥିବା କହିଥିଲେ। ମାତ୍ର ଏହାର ଉତ୍ତରରେ ଶିଳ୍ପାଙ୍କ ସହ କଠିନ ସମୟ ଦେଇ ଗତି କରୁଥିବା କହିଥିଲେ ରାଜ୍ । ଏହି ମାମଲାରେ ଶର୍ଲିନ ନିଜ ଆଡ଼ୁ ପୁଲିସ୍କୁ ସବୁ ତଥ୍ୟ ଦେଇଥିବା ବେଳେ ନିଜ ବୟାନ ମଧ୍ୟ ରେକର୍ଡ କରାଇ ସାରିଛନ୍ତି। ଏହାପରେ ବି ଅଧିକ ପଚରାଉଚରା ପାଇଁ ଆଜି ତାଙ୍କୁ ଡକାଯାଇଥିବା ଜଣାଯାଇଛି।
ପନୋଗ୍ରାଫିକ୍ ମାମଲାରେ ଜେଲ୍ରେ ରାଜ କୁନ୍ଦ୍ରା ଜାମିନ ଆବେଦନ କରି ବହୁ ଥର ନିରାଶ ହୋଇ ସାରିଥିବା ବେଳେ ଆସନ୍ତା ୧୦ ତାରିଖରେ ଏଥିପାଇଁ ଶୁଣାଣି ହେବ ବୋଲି ଜଣାଯାଇଛି।
The post ଆଜି ରାଜଙ୍କ ସତ ଓଗାଳିବେ ଶର୍ଲିନ appeared first on Odisha Reporter.
from Odisha Reporter https://ift.tt/3itMhkk
No comments:
Post a Comment