କଟକ(ଓଡ଼ିଶା ରିପୋର୍ଟର): ଗୋଡ଼ ଧୋଇବା ବେଳେ ଖସି ଯାଇଥିବା ଚପଲ ଆଣିବାକୁ ଯାଇ ନଦୀରେ ଭାସିଗଲେ ନାବାଳକ। ଗତକାଲି ନାବାଳକଜଣକ ପାଣିରେ ବୁଡ଼ି ଯାଇଥିବା ବେଳେ ଆଜି ମିଳିଛି ତାଙ୍କ ମୃତଦେହ।
ଏପରି ହୃଦୟ ବିଦାରକ ଘଟଣା କଟକ ସଦର ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀର ଶାଖା ସିଢୁଆ ନଦୀରେ ଘଟିଛି। ମୃତକ ହେଲେ ଗୋବିନ୍ଦ ଚନ୍ଦ୍ର ବାରିକ ( ୧୬)। ତାଙ୍କ ଘର ଫୁଲନଖରା ନିକଟସ୍ଥ ବମ୍ପକୁଦ ଗ୍ରାମରେ ।
ଗୋବିନ୍ଦ ଏବଂ ତାଙ୍କ ସାଙ୍ଗ ସାଇକେଲ ଧରି ନିୟମିତ ଏହି ବାଲିଘାଟକୁ ବୁଲିବାକୁ ଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ହେଲେ ଗତକାଲି ନଦୀରେ ଗୋଡ଼ ଧୋଉ ଧୋଉ ଖସିଯାଇଥିବା ଚପଲ ଆଣିବାକୁ ଯାଇ ଏପରି ଅଘଟଣ ଘଟିଥିବା ଜଣାଯାଇଛି। ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପୁଅର ସନ୍ଧାନ ପାଇ ନ ଥିଲେ।
ଏହାପରେ କଟକ ସଦର ପିସିଆର ଟିମ ଏବଂ ବାରଙ୍ଗ ଅଗ୍ନି ଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଗତକାଳିନାବାଳକକୁ ପାଇ ନଥିଲେ ।
ଆଜି ସକାଳେ ବୁଡ଼ି ଯାଇଥିବା ସ୍ଥାନ ଠାରୁ କିଛି ଦୂରରେ ପାଣିରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଅଗ୍ନିଶମ କର୍ମଚାରୀ ମାନେ ମୃତ ନାବାଳକର ମୃତ ଦେହକୁ ପାଣିରୁ ଉଦ୍ଧାର କରିଥିଲେ । କଟକ ସଦର ପୋଲିସ ନାବାଳକର ମୃତ ଦେହକୁ ବ୍ୟବଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତ।
The post ନଦୀରେ ଭାସିଗଲା ଚପଲ, ଆଣିବାକୁ ଯାଇ ଫେରିଲେନି ନାବାଳକ appeared first on Odisha Reporter.
from Odisha Reporter https://ift.tt/3xq0tiz
No comments:
Post a Comment