କେନ୍ଦୁଝର/ପୁରୀ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ଟେକ୍ନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ । ସକାଳୁ ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀ ଆଜି କ୍ଷେତ୍ରବାସୀଙ୍କ କେନ୍ଦୁଝର ସହର ପବିତ୍ରଡିହାସ୍ଥିତ ବାସଭବନ, ସଦର ବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର, ଜଜପଶିସ୍ଥିତ ଶ୍ୱଶୁର ଘର ଓ ଯୋଡ଼ା ଅଫିସ୍ରେ ରେଡ୍ କରିଛନ୍ତି। କ୍ଷେତ୍ରବାସୀଙ୍କ ନାଁରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଏହାବାଦ ପୁରୀର ଜିଲ୍ଲା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର କିରାଣି କୃଷ୍ଣଚନ୍ଦ୍ର ଜେନାଙ୍କ ଘରେ ହେଉଛି ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ଚାଲିଛି। କୃଷ୍ଣଚନ୍ଦ୍ରଙ୍କ ପୁରୀ, ଭୁବନେଶ୍ୱରସ୍ଥିତ ବାସଭବନ ଓ ବ୍ରହ୍ମଗିରିସ୍ଥିତ ପୈତୃକ ଘରେ ରେଡ୍ ହେଉଛି। ।
ସକାଳୁ ସକାଳୁ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଉଭୟଙ୍କ ମୋଟ ସମ୍ପତ୍ତିର ଆକଳନ କରାଯାଇପାରିନି। ଯାଞ୍ଚ ସରିବା ପରେ ଏ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।
The post ଭିଜିଲାନ୍ସ ଜାଲରେ କିରାଣି ଓ ଟେକ୍ନିକାଲ କନସଲଟାଣ୍ଟ appeared first on Odisha Reporter.
from Odisha Reporter https://ift.tt/3fMsPxA
No comments:
Post a Comment