ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି, ବିବାଦ ଘନେଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି, ବିବାଦ ଘନେଇଲା

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଛିଡ଼ା ହୋଇଛି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁଦାସଙ୍କ ପ୍ରତିମୂର୍ତ୍ତି । ହେଲେ ଏହାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ବିଜେପି ଓ କଂଗ୍ରେସ କର୍ମୀ। ଏହାକୁ ନେଇ ଅସନ୍ତୋଷ ତେଜୁଥିବା ବେଳେ ଅଶାନ୍ତ ହୋଇ ପଡ଼ିଛି ରଘୁନାଥପୁର ବଜାର। ତୁରନ୍ତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଜଗତସିଂହପୁର ରଘୁନାଥପୁର ବଜାରରେ ପ୍ରତିଷ୍ଠା କରାଯାଇଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଅସନ୍ତୋଷ ପ୍ରକାଶ କରିଛନ୍ତି ।

କଂଗ୍ରେସ ପକ୍ଷରୁ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦିଆଯିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହା ପରେ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ କିଛିଦିନ ପରେ ମୂର୍ତ୍ତି ସ୍ଥାନାନ୍ତର ନ କରି ଉଭୟ ପ୍ରତିମୂର୍ତ୍ତି ମଝିରେ ପାଚେରୀ ନିର୍ମାଣ ସହ ଛାତକୁ ମଝିରୁ କାଟି ଅଲଗା କରିଥିଲା ରଘୁନାଥପୁର ପ୍ରଶାସନ । ଏହାକୁ ବିରୋଧ କରି କଂଗ୍ରେସ ଧାରଣା ଜାରି ରଖିଛି ।

କଂଗ୍ରେସ ପକ୍ଷରୁ ପଦଯାତ୍ରା କରାଯାଉଛି।

 

ଏନେଇ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସୀର ନଓ୍ୱାଜ କହିଛନ୍ତି,  ବିଷ୍ଣୁ ଦାସଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି। ଆମେ ତାଙ୍କୁ ଅସମ୍ମାନ କରୁ ନାହୁଁ। କିନ୍ତୁ ତାଙ୍କ ପ୍ରତିମୂର୍ତ୍ତି ଯେଉଁଠି  ଶୋଭା ପାଇବ ସେଠାରେ ବସାନ୍ତୁ।  ସେମାନେ ପ୍ରତିମୂର୍ତ୍ତିକୁ  ନିଜ ଦଳର ନେତା ବିଜୁ ପଟ୍ଟନାୟକଙ୍କ ପାଖରେ ରଖନ୍ତୁ।   ଗୋପବନ୍ଧୁଙ୍କ ପାଖରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଶୋଭା ପାଇବନି।

ଅପରପକ୍ଷେ,  ଜଗତସିଂହପୁର ଜିଲ୍ଳା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି,  ବିଷ୍ଣୁ ଦାସଙ୍କ ମୂର୍ତ୍ତି ତାଙ୍କ ଦଳୀୟ ନେତା ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ପାଖରେ କରିଥିଲେ ଭଲ ହୋଇଥାନ୍ତା। ଗୋପବନ୍ଧୁଙ୍କ ମୂର୍ତ୍ତି ପାଖରେ କ’ଣ ପାଇଁ। ନିଶ୍ଚୟ ତାହାକୁ ଉଠାଇବାକୁ ପଡ଼ିବ। ବିଷ୍ଣୁ ଦାସଙ୍କ ମୂର୍ତ୍ତି ଉଠାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି  ଦେଇଛନ୍ତି। ହେଲେ ଯଦି କାହା ଚାପରେ ପଡ଼ି ନ ଉଠାନ୍ତି ଜୋରଦାର ବିରୋଧ କରାଯିବ। ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ । ଧାରଣା ଦିଆଯିବ, ଅନଶନ ହେବ।

ଏନେଇ ଜଗତସିଂହପୁର ଜିଲ୍ଳା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି, ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାୟିତ୍ୱ ରଘୁନାଥପୁର ବ୍ଲକ ସଂଗଠନ ବୁଝୁଥିଲା । ସେଥିରେ ଆମର କିଛି ଭୂମିକା ନାହିଁ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି। ତେବେ ଏ ସଂପର୍କରେ ଜିଲ୍ଳା ପ୍ରଶାସନର ପ୍ରତିକ୍ରିୟ ମିଳିପାରିନାହିଁ ।

The post ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି, ବିବାଦ ଘନେଇଲା appeared first on Odisha Reporter.



from Odisha Reporter https://ift.tt/3izJzdq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages