ଯୁବ ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କଲେ, ସିସିଟିଭିରେ କଏଦ ହେଲା ଦୃଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 7, 2021

ଯୁବ ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କଲେ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ମୋହାଲୀ: ସ୍ପଷ୍ଟ ଦିବାଲୋକରେ ଅକାଳୀ ଦଳର ଜଣେ ଯୁବ ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିଛନ୍ତି କିଛି ଦୁର୍ବୃତ୍ତ। ଆଜି ଦିନ ପ୍ରାୟ ୧୦.୩୦ରେ ଅକାଳୀ ଦଳର ଯୁବ ନେତା ଭିକ୍କି ମିଦ୍ଦୁଖେରାଙ୍କୁ ମୋହାଲୀର ଗୋଟିଏ ମାର୍କେଟରେ ଗୁଳି କରି ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ ଭିକ୍କିଙ୍କୁ ମାରିବା ପାଇଁ ୧୦ ରାଉଣ୍ଡ ଗୁଳି କରିଥିଲେ।

ଗୁଳିକାଣ୍ଡ ଘଟିଥିବା ମାଟାଉର ମାର୍କେଟରୁ ପୁଲିସ୍‌ ୧୦ଟି ଗୁଳିର ସେଲ ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭିକ୍କିଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ମାର୍କେଟରେ ଥିବା ଗୋଟିଏ ଜମି କନସଲଟାଣ୍ଟକୁ ଭେଟିବାକୁ ନିଜ ଏସୟୁଭିରେ ଭିକ୍କି ଆସିଥିଲେ। ସେ ସେଠାରେ କଥା ବର୍ତ୍ତା କରି ନିଜ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ହଠାତ୍‌ ଦୁଇ ଜଣ ଯୁବକ ତାଙ୍କୁ ଗୁଳି ମାଡ଼ କରିଥିଲେ। ଏଥିରୁ ବର୍ତ୍ତିବା ପାଇଁ ଭିକ୍କି ଦୌଡ଼ିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କ ପିଛା କରି ଗୁଳି ମାଡ଼ କରି ଚାଲିଥିଲେ।

ଆକ୍ରମଣରେ ମୋଟ ୪ ଜଣ ସାମିଲ ଥିବା ପୁଲିସ୍ କହିଛି। କିଛି ବାଟ ଦୌଡ଼ିବା ପରେ ଗୁଳିମାଡ଼ ଯୋଗୁ ଭିକ୍କି ତଳେ ପଡ଼ି ଯାଇଥିଲେ। ଏହା ପରେ ବି ଦୁର୍ବୃତ୍ତମାନେ ଆଉ କିଛି ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପିସିଆର ଭ୍ୟାନରେ ତାଙ୍କୁ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।


ଅକାଳୀ ଦଳର ଯୁବ ନେତା ଭାବେ କାର୍ଯ୍ୟ କରୁଥିବା ଭିକ୍କି ଏକଦା ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଥିଲେ। ଏହାପରେ ସେ ଅକାଳୀ ଦଳର ଛାତ୍ର ସଂଗଠନରେ ଯୋଗଦେଇଥିଲେ। ଯୁବଗୋଷ୍ଠୀଙ୍କ ମଧ୍ୟରେ ତାଙ୍କ ଲୋକପ୍ରିୟତା ଅଧିକ ଥିବାରୁ ତାଙ୍କୁ ଅକାଳୀ ମୁଖ୍ୟ ସୁଖବୀର ସିଂହ ବାଦଲ ଚଣ୍ଡିଗଡ଼ ୟୁନିଟ ଯୁବ ସଂଗଠନର ସଭାପତି କରିଥିଲେ।

ନିର୍ବାଚନ ସମୟରେ ସେ ବେଶ ସକ୍ରିୟ ଭାବେ ଅକାଳୀ ଦଳ ପାଇଁ ପ୍ରଚାର କରୁଥିଲେ। ଏବେ ତାଙ୍କୁ କାହିଁକି ଓ କେଉଁମାନେ ହତ୍ୟା କରିଛନ୍ତି, ସେକଥା ଜଣାପଡ଼ିନି। ପୁଲିସ୍‌ ପୂରା ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ କରିଛି।

The post ଯୁବ ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କଲେ, ସିସିଟିଭିରେ କଏଦ ହେଲା ଦୃଶ୍ୟ appeared first on Odisha Reporter.



from Odisha Reporter https://ift.tt/3lNGxE6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages