ଜନସନ ଆଣ୍ଡ ଜନସନ ଟିକାକୁ ଭାରତ ଦେଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 7, 2021

ଜନସନ ଆଣ୍ଡ ଜନସନ ଟିକାକୁ ଭାରତ ଦେଲା ଅନୁମତି

ନୂଆଦିଲ୍ଲୀ: ଆମେରିକାନ ଟିକା ଜନସନ୍ ଆଣ୍ଡ ଜନସନକୁ ଭାରତ ସରକାର ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦୁଇ ଦିନ ତଳେ ଜନସନ ଆଣ୍ଡ ଜନସନ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ଏହି ଟିକାର ବିଶେଷତ୍ୱ ହେଲା ଏହା ସିଙ୍ଗେଲ୍ ଡୋଜ। ଏହି ଟିକାକୁ ଅନୁମୋଦନ ଦେବା ପୂର୍ବରୁ ଭାରତ ସରକାର ୪ଟି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇ ସାରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଭାରତରେ ବିଭିନ୍ନ ଟିକା ତିଆରି କରୁଥିବା ବାୟୋଲଜିକାଲ ଇ ଲିମିଟେଡ ଜରିଆରେ ଏହି ଟିକା ଭାରତକୁ ଆସିବ ବୋଲି ସୂଚନା ରହିଛି। ଆମେରିକା, ବ୍ରିଟେନ ସମେତ ଅନେକ ଦେଶର ଏବେ ଏହି ଟିକା ବ୍ୟବହାର ହେଉଛି।

 

ସୂଚନାଯୋଗ୍ୟ, ଦେଶରେ କରୋନା ଟିକା ନେବା ପାଇଁ ଅଧିକ ସଂଖ୍ୟାର ଲୋକ ବାକି ରହିଛନ୍ତି। ମୁଖ୍ୟତଃ ଦୁଇଟି ଟିକା ନେଲେ ଟିକାକରଣ ସମ୍ପୂର୍ଣ୍ଣ ହେଉଥିବାରୁ ଟିକାକରଣ ପ୍ରକ୍ରିୟା ଧିମା ରହିଛି। ତେଣୁ ଏହି ସିଙ୍ଗେଲ ଡୋଜ ଟିକା ଏବେ ଦେଶରେ ଟିକାକରଣ ପ୍ରକ୍ରିୟାକୁ ଶେଷ କରିବାରେ ଏକ ବଡ଼ ଅସ୍ତ୍ର ସାଜିବ ବୋଲି କୁହାଯାଉଛି।

The post ଜନସନ ଆଣ୍ଡ ଜନସନ ଟିକାକୁ ଭାରତ ଦେଲା ଅନୁମତି appeared first on Odisha Reporter.



from Odisha Reporter https://ift.tt/2VEGHmf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages