ନୂଆଦିଲ୍ଲୀ: ଇଂଲଣ୍ଡ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ କିମ୍ବଦନ୍ତୀ ଆଖ୍ୟା ପାଇସାରିଛନ୍ତି। କିନ୍ତୁ ଲର୍ଡ୍ସ ଟେଷ୍ଟରେ ତାଙ୍କର ବ୍ୟବହାରକୁ ନେଇ ଅନେକେ ଅସନ୍ତୋଷ ଜାହିର କରିଛନ୍ତି। ଦ୍ୱିତୀୟ ଟେଷ୍ଟରେ ସେ ଭାରତୀୟ ଖେଳାଳିଙ୍କ ସହ ଖୁବ୍ କଥା କଟାକଟି କରିଥିଲେ। ଏହା ପରେ ମଧ୍ୟ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଗରମାଗରମ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାରି ଭିତରେ ଆଣ୍ଡରସନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ସେ ଟିମ୍ ଇଣ୍ଡିଆ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଫଟୋ ସହ ଅତି କଦର୍ଯ୍ୟ କାମ କରୁଥିବା ଦେଖିବାକୁ ମିଳିଛି।
୨୦୧୯ରେ ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଅଶ୍ୱିନ୍ ଇଂଲଣ୍ଡ ଟିମର ବ୍ୟାଟ୍ସମ୍ୟାନ୍ ଜୋଶ ବଟଲରଙ୍କୁ ମାଙ୍କଡିଂ ଢଙ୍ଗରେ ଆଉଟ୍ କରିଥିଲେ। ନିୟମ ଅନୁସାରେ ଅମ୍ପାୟାର ମଧ୍ୟ ବଟଲରଙ୍କୁ ଆଉଟ୍ ଦେଇଥିଲେ। ଏହି ଘଟଣା ପରେ ଖୁବ୍ ବିବାଦ ହୋଇଥିଲା। ଏହା ପରେ ବିବିସିର କାର୍ଯ୍ୟକ୍ରମ ବେଳେ ଆଣ୍ଡରସନ୍ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଫଟୋକୁ ଟିକ୍ ଟିକ୍ କରି ଚିରି ଦେଇଥିବା ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ୍ ହେବା ପରେ ଫ୍ୟାନ୍ ଆଣ୍ଡରସନଙ୍କୁ ଖୁବ୍ ସମାଲୋଚନା କରିଥିଲେ। ଯଦିଓ ଅଶ୍ୱିନ୍ ଏପର୍ଯ୍ୟନ୍ତ ସିରିଜରେ ସୁଯୋଗ ପାଇନାହାନ୍ତି, କିନ୍ତୁ ଏହି ଭିଡିଓରେ ତାଙ୍କ ପ୍ରତି ଆଣ୍ଡରସନଙ୍କ ଏଭଳି ବ୍ୟବହାର ଦେଖିବା ପରେ ପୂରା ଇଂଲଣ୍ଡ ଟିମର ଅସଲ ଚେହେରା ସାମ୍ନାକୁ ଆସିଛି।
They do this. Then their supporters talk about Spirit of Cricket. Don't know how low can they go!
When I said Englishmen deserve getting those sledging from the Indians (Kohli & Bumrah specifically), I meant it and rightly so. pic.twitter.com/tJTUEao144
— Jaanvi (@ThatCric8Girl) August 18, 2021
ଜେମ୍ସ ଆଣ୍ଡରସନ୍ ଓ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ଟେଷ୍ଟରେ ଖୁବ୍ ବିବାଦ ହୋଇଥିଲା। ମ୍ୟାଚର ଚତୁର୍ଥ ଦିବସରେ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆଣ୍ଡରସନଙ୍କୁ ଘନଘନ ବାଉନ୍ସର ପକାଇଥିଲେ। ଦିବସର ଖେଳ ଶେଷ ହେବା ପରେ ଆଣ୍ଡରସନ୍ ବୁମ୍ରାଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ ମ୍ୟାଚର ପଞ୍ଚମ ଦିବସରେ ଆଣ୍ଡରସନ୍ ବୋଲିଂ ବେଳେ ପିଚରେ ଦୌଡ଼ିଥିଲେ। ଯାହା ପରେ କ୍ୟାପଟେନ୍ ବିରାଟ୍ କୋହଲି ତାଙ୍କ ଉପରେ ଖୁବ୍ ବର୍ଷିଥିଲେ।
ଆଣ୍ଡରସନଙ୍କ ବ୍ୟତୀତ ଆଉ କିଛି ଇଂଲଣ୍ଡ ଖେଳାଳିଙ୍କ ବ୍ୟବହାର ମଧ୍ୟ ଲଜ୍ଜାଜନକ ଥିଲା। ହେଲେ ଭାରତ ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ଉଚିତ୍ ଜବାବ ଦେଇଥିଲା। ଫଳସ୍ୱରୂପ ଭାରତ ଦ୍ୱିତୀୟ ଟେଷ୍ଟକୁ ୧୫୧ ରନରେ ଜିତି ନେଇଥିଲା। ସିରିଜରେ ଆହୁରି ତିନୋଟି ଟେଷ୍ଟ ବାକି ରହିଛି। ତେଣୁ ସିରିଜ୍ ଜିତିବାକୁ ହେଲେ ଭାରତକୁ ଆଉ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି। ତୃତୀୟ ଟେଷ୍ଟ ଅଗଷ୍ଟ ୨୫ ତାରିଖରୁ ହେଡିଙ୍ଗଲେ ଖେଳାଯିବ।
The post ଅଶ୍ୱିନଙ୍କ ଫଟୋକୁ ଟିକ୍ଟିକ୍ କରି ଦେଇଥିଲେ ଆଣ୍ଡରସନ୍, ଭିଡିଓ ଭାଇରାଲ୍ appeared first on Odisha Reporter.
from Odisha Reporter https://ift.tt/3zhZwuN
No comments:
Post a Comment