କଟକ (ଓଡ଼ିଶା ରିପୋର୍ଟର): କଟକ କାଠଯୋଡ଼ି ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ। ଶୁକ୍ରବାର ରାତିରେ ଘଟିଥିଲା ଏହି ଘଟଣା।
ଖାନନଗର ପଞ୍ଚମୁଖୀ ହୁନମାନ ମନ୍ଦିର ନିକଟରୁ ସ୍ଥାନୀୟ ଲୋକେ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଯୁବତୀ ଜଣଙ୍କ ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସେ କଟକରେ ରହୁଥିବା ପୁଲିସ ସୂଚନା ଦେଇଛି। ତେବେ ଯୁବତୀ ଜଣକ କାହିଁକି ନଦୀ ଭିତରକୁ ଡେଇଁଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି।
ପୁଲିସ ସଂପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛି। ବ୍ରିଜ ଉପରେ ଥିବା ଯୁବତୀଙ୍କ ସ୍କୁଟି, ମୋବାଇଲ ଫୋନ ଓ ଭ୍ୟାନିଟି ବ୍ୟାଗ୍କୁ ଜବତ କରି ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱରର ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ୍ର ପୋଖରୀରୁ ଜଣେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ସେ ଗୁରୁବାର ବିଳମ୍ବିତ ରାତିରେ ଘରୁ ଚାଲି ଯାଇଥିଲେ। ସକାଳେ ଉକ୍ତ ପୋଖରୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଜେଇଇ ପରୀକ୍ଷାରେ ଭଲ କରି ନଥିବାରୁ ସେ ମାନସିକ ଚାପରେ ଥିଲେ ବୋଲି ପରିବାର ଲୋକେ କହିଥିଲେ।
The post କାଠଯୋଡ଼ି ବ୍ରିଜ୍ରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଯୁବତୀ appeared first on Odisha Reporter.
from Odisha Reporter https://ift.tt/3y5UkIL
No comments:
Post a Comment