ନୂଆଦିଲ୍ଲୀ: ପେଗାସସ ସ୍ପାଏଓ୍ୱେୟର ଜରିଆରେ ଜଣଙ୍କ ମୋବାଇଲ ଫୋନରୁ ଗୋପନୀୟ ତଥ୍ୟ ଚୋରି ହେଉଛି। ଏଭଳି ଅଭିଯୋଗ ଆସିବା ପରେ ଅନେକ ବ୍ୟକ୍ତି ଚିନ୍ତା କରୁଛନ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥାବର୍ତ୍ତା ହେବା ବେଳେ ୨ଜି (2G) ଫିଚର ଫୋନ୍ ବ୍ୟବହାର କରିବା ଠିକ୍ ହେବ। କିନ୍ତୁ ଏଭଳି କରିବା ମୂର୍ଖାମି ସହିତ ସମାନ ହେବ ବୋଲି ଏକ୍ସପୋର୍ଟ କହିଛନ୍ତି।
ସେଫ୍ ସିକ୍ୟୁରିଟିର ସିଇଓ ତଥା ସହ ପ୍ରତିଷ୍ଠାତା ସାକେତ ମୋଦି କହିଛନ୍ତି, ଅନେକ ବ୍ୟକ୍ତି ଏବେ ଗୋପନୀୟତା ସୁରକ୍ଷା କରିବାକୁ ଯାଇ ଫିଚର ଫୋନ୍ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଯଦି ଏହା ହେବ ଆଗାମୀ ଦିନରେ ଆଉ ଏକ ବିପର୍ଯ୍ୟୟ ଆସିବ। ଯଦି ଲୋକେ ୨ଜି ଫୋନ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବେ ତାହାଲେ ତାଙ୍କର ଗୋପନୀୟ ତଥ୍ୟ ଯେକେହି ବି ଚୋରି କରିପାରିବ। ଯେକେହିର ଅର୍ଥ ଜଣେ ଯୁକ୍ତ ଦୁଇରେ କମ୍ପ୍ୟୁଟର ସାଇନ୍ସ ପଢ଼ିଥିବ ଆଉ ଟିକିଏ ଏ ଦିଗରେ ଅଧିକ ଜ୍ଞାନ ରଖିଥିବ ସେ କେବଳ ଗୋଟିଏ ଆଣ୍ଟିନା ଏବଂ ଲାପଟପ ସାହାଯ୍ୟରେ ମାତ୍ର ୧୫ ମିନିଟରେ ଜଣେ ୨ଜି ଫୋନ୍ ୟୁଜରର କଥାବାର୍ତ୍ତା ଶୁଣିପାରିବ।
୨ଜି ନେଟଓ୍ୱର୍କ ଦୀର୍ଘ ୨୦ ବର୍ଷ ପୂର୍ବରୁ ସୁରକ୍ଷିତ ଥିଲା। ହେଲେ ୧୯୯୮-୯୯ରେ ଏହାର ବ୍ୟାଣ୍ଡ ଓ୍ୱିଡଥ ସେତେଟା ସୁରକ୍ଷିତ ନାହିଁ। ଏବେ ୨୦ ବର୍ଷ ପରେ ଏହି ୨ଜି ନେଟଓ୍ୱର୍କର ୟୁଜର ବହୁତ କମ୍ ରହିଛି। ଯେହେତୁ ୟୁଜର କମ୍ ତେଣୁ ଏହାର ବ୍ୟାଣ୍ଡ ଓ୍ୱିଡଥକୁ ସଜାଡିବା ପାଇଁ ସେତେଟା ଗୁରୁତ୍ୱ ଦିଆଯାଉନି। ତେଣୁ ଗୋଟିଏ ୨ଜି ଫୋନରୁ ଡାଟା ଚୋରି କରିବା ସହଜ। ମୁଖ୍ୟତଃ ଏଥିପାଇଁ ଫୋନ୍ ଅପେକ୍ଷା ଟେଲିକମ ବ୍ୟାଣ୍ଡ ହିଁ ଅଧିକ ଦାୟୀ। ତେଣୁ ସ୍ମାର୍ଟଫୋନ୍ ବ୍ୟବହାର କରିବା ଠିକ୍ ହେବ।
ସେ କହିଛନ୍ତି ପେଗାସସ ସ୍ପାଏଓ୍ୱେୟର ବ୍ୟବହାର କରିବାକୁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ। ଅନ୍ୟପଟେ ଏହି ସଫ୍ଟଓ୍ୱୟରର ବ୍ୟବହାର କେବଳ ସରକାର କରିପାରିବେ। ହେଲେ ୨ଜି ଫୋନକୁ ଯେକେହି ବି ହ୍ୟାକ କରିପାରିବେ ବୋଲି ସେ କହିଛନ୍ତି।
ଯଦି ପଇସା ଅଛି ତାହେଲେ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରତି ୯ରୁ ୧୨ ମାସରେ ଗୋଟିଏ ମୋବାଇଲ ପରିବର୍ତ୍ତନ କରି ନିଜର ଗୋପନୀୟତାକୁ ସୁରକ୍ଷା କରିହେବ ବୋଲି ସେ କହିଛନ୍ତି। ମୁଖ୍ୟତଃ ସ୍ମାର୍ଟ ଫୋନ୍ ବ୍ୟବହାର କରିବା ବେଳେ ମୋବାଇଲର ଅପରେଟିଂ ସିଷ୍ଟମ ଅପଡେଟ୍ ରଖିବାକୁ ହେବ, ଏଥିସହ ଯେଉଁ ଆପ୍ସର ଆବଶ୍ୟକତା ନାହିଁ ବ୍ୟବହାର ନକରିବା ଠିକ୍ ହେବ। ମୁଖ୍ୟତଃ ଯେଉଁ ଆପ୍ସ ମୋବାଇଲରେ ଡାଉନଲୋଡ ହେବା ପରେ ବ୍ୟାଟେରୀ ଶୀଘ୍ର ଶେଷ ହେଉଛି ସେହି ଆପ୍ସ ହଟାଇ ଦେବା ସୁରକ୍ଷିତ ରହିବ ବୋଲି ସାକେତ ମୋଦି କହିଛନ୍ତି।
The post ପେଗାସସ ଭୟରେ ଟୁଜି ଫୋନ୍ ବ୍ୟବହାର କରିବା ମୂର୍ଖାମି ହେବ: ବିଶେଷଜ୍ଞ appeared first on Odisha Reporter.
from Odisha Reporter https://ift.tt/3jaUU2G
No comments:
Post a Comment