ଗର୍ଜିଲେ ବିକ୍ଷୋଭରତ ମୋ ବସ୍‌ ଡ୍ରାଇଭର : ‘୧୨ ହଜାର ଦରମାକୁ ୧୮ ହଜାର କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

ଗର୍ଜିଲେ ବିକ୍ଷୋଭରତ ମୋ ବସ୍‌ ଡ୍ରାଇଭର : ‘୧୨ ହଜାର ଦରମାକୁ ୧୮ ହଜାର କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦରମା ବୃଦ୍ଧି ଦାବିରେ  ଆଜି ସକାଳୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମୋ ବସ୍‌ ଡ୍ରାଇଭର।  ଦାବି ପୂରଣ ନ ହେବା ଯାଏ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ମୋ ବସ୍‌ ଡ୍ରାଇଭର। ଫଳରେ ଆଜି ମୋ’ ବସ୍‌ ସେବା ପ୍ରଭାବିତ ହୋଇଛି।

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱରର ୧୪ଟି ରୁଟ୍‌ରେ ଚଳାଚଳ କରୁନି  ମୋ ବସ୍। ମୁଖ୍ୟତଃ  ଖୋର୍ଦ୍ଧା, ବାଳକାଟୀ, ସାଇ ମନ୍ଦିର ରୁଟ୍‌ରେ ପ୍ରାୟ ଶହେଟି ବସ୍‌ ଚଳାଚଳ ବନ୍ଦ ରହିଛି।

ସମ୍ ହସ୍ପିଟାଲ ନିକଟ ଡିପୋରେ ଡ୍ରାଇଭରମାନେ ଆନ୍ଦୋଳନା ଚଳାଇଥିବା ବେଳେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।  କର୍ତ୍ତୃପକ୍ଷ ପହଞ୍ଚି ଆଲୋଚନା କରିଥିଲେ ବି ତାହା ଫଳପ୍ରଦ ହୋଇପାରି ନ ଥିବା ଜଣାଯାଇଛି।  ନିଷ୍ପତ୍ତି ନେବାକୁ କର୍ତ୍ତୃପକ୍ଷ ୧୫ ଦିନ ସମୟ ମାଗୁଥିବା ବେଳେ ଅଲଗା ବସ୍‌ ଡ୍ରାଇଭର ମଗାଇ ବସ୍‌ ବାହାର କରୁଥିବାରୁ ଏହାକୁ ଆନ୍ଦୋଳନରତ ଡ୍ରାଇଭର ତୀବ୍ର ବିରୋଧ କରିଛନ୍ତି।

ଏନେଇ ବିକ୍ଷୋଭରତ ଡ୍ରାଇଭର କହିଛନ୍ତି, ଆମେ ୮ ଘଣ୍ଟାକୁ ୧୨ ହଜାର ପାଉଛୁ। କଟିକାଟି ଆମ ପାଖକୁ ୧୧, ୫୦୦ ଆସୁଛି। ଏବେ ଯାହା ଦରଦାମ ବଢ଼ିଲାଣି, ତେଲ ଲିଟର ଦେଢଶ, ପେଟ୍ରୋଲ ଲିଟର ୧୦୪ ଟଙ୍କା ହେଲାଣି । ଏତେ କମ୍‌ ଦରମାରେ ଚଳିବା ଅସମ୍ଭବ ହେଉଛି। ତେଣୁ ଆମକୁ ମାସକରେ ୨୬ ଦିନକୁ ୮ ଘଣ୍ଟା ହିସାବରେ ୧୮ ହଜାର ଦରମା ଦିଆଯାଉ।

ଏଥିସହ ଅନ୍ୟ ଜଣେ ଡ୍ରାଇଭର କହିଛନ୍ତି, ବାରମ୍ବାର ଦାବି ସତ୍ତ୍ୱେ କର୍ତ୍ତୃପକ୍ଷ ଶୁଣି ନାହାନ୍ତି। ୮ ଘଣ୍ଟାକୁ ୧୮ ହଜାର ଟଙ୍କା ଦିଅନ୍ତୁ । କରୋନା ସମୟରେ କାମଧନ୍ଦା ବନ୍ଦ ହୋଇ ଯାଇଥିବା ବେଳେ ନୋ ୱାର୍କ ନୋ ପେ କରିଛନ୍ତି। ଫଳରେ ଆମେ ଚଳିବାକୁ ବହୁ ହଇରାଣ ହେଉଛୁ।  ଦାବି ପୂରଣ ନ ହେଲେ ଏଠାରୁ ଉଠିବୁ ନାହିଁ।

ଖବର ପାଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡ୍ରାଇଭରଙ୍କ ଦାବି ପୂରଣ କରିବାକୁ ଦାବି କରିବା ସହ ସେ ବି ଆନ୍ଦୋଳନରେ ବସି ରହିଛନ୍ତି।

ଏନେଇ ସୁର ରାଉତରାୟ କହିଛନ୍ତି,  ମୋ ବସ୍‌ ଚଳାଚଳ ଆରମ୍ଭରୁ ଏହି ଡ୍ରାଇଭରମାନେ ନିୟୋଜିତ  ଅଛନ୍ତି। ଦିନ ରାତି ଏକ କରି ସେମାନେ ଖଟୁଛନ୍ତି। ମାତ୍ର ସେମାନଙ୍କୁ ଗୋତି ଶ୍ରମିକ ପରି ଖଟାଇ ମାତ୍ର ୧୨ ହଜାର ଟଙ୍କା ଦିଆଯାଉଛି। ତେଣୁ ସେମାନଙ୍କ ଦାବି ଅନୁଯାୟୀ, ଏହାକୁ ୧୮ ହଜାର କରାଯାଉ। ଏଥିସହ ମନଇଚ୍ଛା ଡ୍ରାଇଭରମାନଙ୍କୁ ବାହାର କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁର ରାଉରରାୟ। ଡ୍ରାଇଭରମାନେ କିଛି ତ୍ରୁଟି କଲେ ସେମାନଙ୍କ ନିକଟରୁ ଉତ୍ତର ମାଗିବା ଦରକାର। ଏହାପରେ ସନ୍ତୁଷ୍ଟ ନ ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା କଥା। ମାତ୍ର ଏପରି ମନଇଚ୍ଛା ବାହାର କରା ନ ଯାଉ ବୋଲି କହିଛନ୍ତି ସୁର।

The post ଗର୍ଜିଲେ ବିକ୍ଷୋଭରତ ମୋ ବସ୍‌ ଡ୍ରାଇଭର : ‘୧୨ ହଜାର ଦରମାକୁ ୧୮ ହଜାର କର’ appeared first on Odisha Reporter.



from Odisha Reporter https://ift.tt/37gFbcC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages