ଖେଳନା ବନ୍ଧୁକ ମୁନରେ ଲୁଟୁଥିଲେ ୮ ଲକ୍ଷ, ମାଡ଼ି ବସିଲେ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

ଖେଳନା ବନ୍ଧୁକ ମୁନରେ ଲୁଟୁଥିଲେ ୮ ଲକ୍ଷ, ମାଡ଼ି ବସିଲେ ଲୋକ

ଭୁବନେଶ୍ୱର ଓଡ଼ିଶା ରିପୋର୍ଟର): ହାତରେ ଖେଳନା ବନ୍ଧୁକ ଧରି ବ୍ୟାଙ୍କ ଲୁଟ୍‌ କରିବାକୁ ଯାଇଥିଲେ ଲୁଟେରା। ଏଥିନିମନ୍ତେ ପୂର୍ବରୁ ପୂରା ପ୍ଲାନିଂ ବି ସରିଥିଲା। ବ୍ୟାଙ୍କରେ ବହୁ ସମୟ ବସି ରହି ହାବଭାବ ଲକ୍ଷ୍ୟ କଲେ। ବ୍ୟାଙ୍କ ବନ୍ଦ ହେବା ବେଳକୁ କର୍ମଚାରୀ, ଗ୍ରାହକ ଖାଲି ହେଉଥିବା ବେଳେ ଆରମ୍ଭ କଲେ ଆକ୍ସନ୍‌। ପ୍ରଥମେ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କଲେ। ଏପରିକି ବନ୍ଧୁକ ମୁନରେ ମାଡ଼ ମାରି ଲୁଟି ନେଲେ ୮ ଲକ୍ଷ ୩୨ ହଜାର ଟଙ୍କା  । ହେଲେ ଫେରାର ହେବା ବେଳେ ସ୍ଥାନୀୟ ଲୋକ ମାଡ଼ି ବସି ଉତ୍ତମ ମଧ୍ୟମ ଦେଲେ।  ଏଭଳି ଘଟଣା ଖୋଦ ରାଜଧାନୀ ଭୁବନେଶ୍ୱରରେ ଘଟିଛି ।  ଲୁଟେରା ଜଣଙ୍କ ହେଲେ ବାଲିଅନ୍ତା ଅଞ୍ଚଳର ଶଙ୍କର ପରିଡ଼ା।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଶଙ୍କର ବାଲିଅନ୍ତା ଅଟଳ ଏସ୍‌ବିଆଇ ଶାଖାକୁ ଯାଇଥିଲେ। ସେଠାରେ ବହୁତ ସମୟ ଧରି ବସି ରହିଲେ। ତେବେ ବ୍ୟାଙ୍କ ବନ୍ଦ  ହେବା ବେଳକୁ ମାତ୍ର ୪ ଜଣ କର୍ମଚାରୀ ଥିଲେ। ଏହି ସମୟରେ ସେ ବ୍ୟାଙ୍କ କର୍ମଚାରୀଙ୍କୁ ନକଲି ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ।

ଏପରିକି ଦୁଇ ଜଣ ଷ୍ଟାପଙ୍କୁ ଆକ୍ରମଣ କରି  ବ୍ୟାଙ୍କ ଲକର ଖୋଲିବାକୁ କହିଥିଲେ। ଲକର ଖୋଲା ହେବାରୁ ୮ ଲକ୍ଷ ୩୨ ହଜାର ଟଙ୍କା ସହ ସୁନା ଧରି ଚମ୍ପଟ ମାରୁଥିଲେ। ମାତ୍ର ବେଶି ବାଟ ଯାଇ ନ ପାରି  ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଶଙ୍କରକୁ ଗୋଡ଼େଇ ଗୋଡ଼େଇ ବିଲ ଭିତରେ ଧରିଥିଲେ। ତା’ଙ୍କ  ନିକଟରୁ ଲୁଟ୍‌ ଟଙ୍କା ଓ ସୁନା ଉଦ୍ଧାର ହୋଇଛି।

 

The post ଖେଳନା ବନ୍ଧୁକ ମୁନରେ ଲୁଟୁଥିଲେ ୮ ଲକ୍ଷ, ମାଡ଼ି ବସିଲେ ଲୋକ appeared first on Odisha Reporter.



from Odisha Reporter https://ift.tt/2WI6Jpd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages