ଦେଶରେ ୪୧ ହଜାର ସଂକ୍ରମିତ ଚିହ୍ନଟ, କେରଳରୁ କେବଳ ୩୦ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

ଦେଶରେ ୪୧ ହଜାର ସଂକ୍ରମିତ ଚିହ୍ନଟ, କେରଳରୁ କେବଳ ୩୦ ହଜାର

ନୂଆଦିଲ୍ଲୀ: ପୁଣି ଉପର ମୁହାଁ ହେଉଛି କରୋନା ଗ୍ରାଫ। ଦେଶରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୯୫୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୪ଶହ ଉପରେ ରହିଛି। ଦିନକରେ ଦେଶରେ ୪୬୦ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ଦେଶରେ ଚିହ୍ନଟ ହୋଇଥିବା ୪୧ ହଜାର ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ହିଁ ବାହାରିଛନ୍ତି ୩୦ହଜାରରୁ ଅଧିକ କରୋନା ଆକ୍ରାନ୍ତ। ସେଠାରେ ଦିନକରେ ୩୦ ହଜାର ୨୦୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୧୧୫ ରହିଛି। ଏହାକୁ ମିଶାଇ କେରଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ୫୭ ହଜାର ୨୩୩ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୨୦ ହଜାର ୭୮୮କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମାମଲା ୩୫.୬ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ମୋଟ କରୋନା ସକ୍ରିୟ ମାମଲା ୩ ଲକ୍ଷ ୭୮ ହଜାର ୧୮୧ ରହିଛି। ସେହିପରି ସୁସ୍ଥ ହାର ୯୭.୫୧ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୩୩ ହଜାର ୯୬୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏବେ ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୮,୧୦,୮୪୫ ଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୩,୧୯,୯୩, ୬୪୪ ରହିଛି। ସେହିପରି ସମୁଦାୟ ମୃତ୍ୟୁ ସଂଖ୍ୟା ୪,୩୯,୦୨୦ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ଯାଏଁ ୬୫, ୪୧, ୧୩, ୫୦୮ ଜଣଙ୍କ ଟିକାକରଣ ହୋଇସାରିଲାଣି।

The post ଦେଶରେ ୪୧ ହଜାର ସଂକ୍ରମିତ ଚିହ୍ନଟ, କେରଳରୁ କେବଳ ୩୦ ହଜାର appeared first on Odisha Reporter.



from Odisha Reporter https://ift.tt/3yxRz3o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages