‘ଶର୍ଟ ସର୍କିଟ ନୁହେଁ, ଆନ୍ଧ୍ରରେ ୬ ଓଡ଼ିଆଙ୍କୁ ପୋଡ଼ି ପାଉଁଶ କରିଦେଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

‘ଶର୍ଟ ସର୍କିଟ ନୁହେଁ, ଆନ୍ଧ୍ରରେ ୬ ଓଡ଼ିଆଙ୍କୁ ପୋଡ଼ି ପାଉଁଶ କରିଦେଲେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆନ୍ଧ୍ର ପ୍ରଦେଶର ରାମ୍ପଲିରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତ ୩୦ ତାରିଖରେ ୬ ଜଣ ଓଡ଼ିଆ ଶିଶୁ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ବିଦ୍ୟୁତ୍ ଶର୍ଟ ସର୍କିଟରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିବା ବେଳେ ସେମାନଙ୍କୁ ପୋଡ଼ି ପାଉଁଶ କରି ଦିଆଗଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି।

କେହି ନିଜ ଇଚ୍ଛାରେ ସେଠାକୁ ଯାଇ ନ ଥିଲେ। ଯେଉଁ ଦଲାଲ ସେମାନଙ୍କୁ ନେଇ ଆନ୍ଧ୍ରରେ ବିକ୍ରି କରିଥିଲା ତାକୁ ଏ ଯାଏ ପୁଲିସ୍‌ ଗିରଫ କରିନି। ଏପରିକି ସେଠାକାର ଫାର୍ମ ମାଲିକଙ୍କ ନାଁରେ କିଛି ମାମଲା ରୁଜୁ ହୋଇନି। ପୁଲିସ୍‌, ଶ୍ରମ ବିଭାଗ, ସରକାର ସମ୍ପୂର୍ଣ୍ଣ ନୀରବ। ହେଲେ ଆସନ୍ତା ୭ ଦିନ ମଧ୍ୟରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆ ନ ଗଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦୀପ ମାଝି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରକୁ  ସିଧାସଳଖ ଆଙ୍ଗୁଠି ଉଠାଇ ପ୍ରଦୀପ କହିଛନ୍ତି, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ରାମ୍ପଲିରେ ଯେଉଁ ଲୋମହର୍ଷଣକାରୀ ଘଟଣା ଘଟିଛି  ସେଥିରେ ଗୁଣୁପୁର ସବ୍‌ଡିଭିଜନର ୬ ଆଦିବାସୀ ଛାତ୍ରଙ୍କ ଅକାଳ ମୃତ୍ୟୁ ହୋଇଥିଲା। ମୃତକଙ୍କ ବୟସ ୧୩ରୁ ୨୨ । ସତ୍ୟ ଅନୁସନ୍ଧାନ ପାଇଁ ଯାଇଥିବା କଂଗ୍ରେସ କମିଟି  ହାତରେ ଯେଉଁ ତଥ୍ୟ  ଲାଗିଛି ତାହା ସମସ୍ତଙ୍କୁ ଚକିତ କରିବାକୁ ଯଥେଷ୍ଟା।

ଉକ୍ତ ୬ ଛାତ୍ରଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେମାନେ ଗୁଣ୍ଟୁରକୁ ଶିଶୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ଟଙ୍କା ଆଣିଲେ ମୋବାଇଲ କିଣିଥାନ୍ତେ। ହେଲେ ମାସେ ପରେ ସେମାନଙ୍କ ପରିବାରକୁ କୁହାଗଲା ପିଲାଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକ ପହଞ୍ଚିଲା ବେଳକୁ ମୃତଦେହ  ବହୁ ପରିମାଣରେ ଜଳିଯାଇଥିବାରୁ ଆଣିବା ଅବସ୍ଥାରେ ନ ଥିଲା। ତେଣୁ ସେଠାରେ ଅନ୍ତେଷ୍ଟି କ୍ରିୟା କରାଗଲା। ଏଠାରେ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପଦକ୍ଷେପକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଯେଉଁ ୬ ଜଣ ମରିଗଲେ, ସେମାନେ ଯେଉଁ ଫାର୍ମରେ କାମ କରୁଥିଲେ, ସେଠାକାର ମାଲିକଙ୍କ ବିରୋଧରେ ଏଯାଏ କୌଣସି ମାମଲା ରୁଜୁ ହୋଇନି। ଶର୍ଟ ସର୍କିଟରେ ପିଲାମାନେ ମରି ଯାଇଛନ୍ତି ବୋଲି ଆନ୍ଧ୍ର ପୁଲିସ୍‌ ପକ୍ଷରୁ କୁହାଗଲା ।  ହେଲେ ସେ ଗୋଦାମରେ ଗୋଟିଏ ଫ୍ୟାନ୍‌, ଗୋଟିଏ ଟ୍ୟୁବ୍‌ ଲାଇଟ୍‌ ଲାଗିଛି। ୧୮୦ ଭୋଲଟର ବିଦ୍ୟୁତ୍‌ ପ୍ରବାହ ହେଉଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏଥିରେ ନିଆଁ  ଲାଗିବା ସମ୍ଭବ ନୁହେଁ। ତେଣୁ ନିଆଁ ଲାଗିଲା କିପରି। ଘଟଣାସ୍ଥଳରେ ସାର, କେମିକାଲ, ଗ୍ରାମାସିନ ଆଦି ଥିଲା। ସେମାନେ ସେ ଗୋଦାମକୁ ଗଲେ କିପରି। ଯଦି ଗଲେ, ସେଠାରେ ଶୋଇବା ସମ୍ଭବ ନୁହେଁ। ହେଲେ କୁହାଯାଉଛି, ରାତିରେ ଶୋଇବା ବେଳେ ଶଟସର୍କିଟରୁ ସେମାନଙ୍କ ମୃତ୍ୟୁ ହୋଇଛି, ଯାହାକି ସମ୍ପୂର୍ଣ୍ଣ ଅସମ୍ଭବ ଲାଗୁଛି।

ଏଥିସହ ପ୍ରଦୀପ ମାଝି କହିଛନ୍ତି, ଉକ୍ତ ପିଲାମାନେ ସେଠାରେ ଅତ୍ୟାଚାରିତ ହୋଇ ଘରକୁ ଫେରିବାକୁ ଚାହୁଁଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଷ୍ଟେଶନ ପଳାଇଥିବା ବେଳେ ସେମାନଙ୍କୁ ସେଠାରୁ ଜୋରଜବରଦସ୍ତି ବାଡ଼େଇ ବାଡ଼େଇ  ଗୋଦାମରେ ପୂରାଇଥିଲେ  ମ୍ୟାନେଜର। ପରେ ସେମାନଙ୍କ ମୃତଦେହ ମିଳିଥିଲା। ତେଣୁ ସେମାନଙ୍କୁ ସିଧାସଳଖ ହତ୍ୟା କରାଯାଇଛି।  ପରବର୍ତ୍ତୀ ସମୟରେ ତାହାକୁ ଶଟ ସର୍କିଟ ଭାବେ ଦେଖାଦେଇଛି।

ଅପରପକ୍ଷେ, ଉକ୍ତ ୬ ଜଣଙ୍କ ମଧ୍ୟରୁ ୨ ଜଣ ରେସିଡେନସିଆଲ ସ୍କୁଲ ଛାତ୍ର ଥିଲଷ । ସରକାରଙ୍କ ନିୟମ ଅନୁଯାୟୀ, ସ୍କୁଲ କର୍ତ୍ତୃପକ୍ଷ ନିୟମିତ ଭାବେ ପିଲାଙ୍କ ତଥ୍ୟ ସଂଗ୍ରହ କରିବାକୁ ବାଧ୍ୟ। ସେମାନେ କିପରି ଅଛନ୍ତି, ତାହାର ଖବର ନେବା ଉଚିତ। ହେଲେ ୨ ପିଲା ମାସେ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା ବେଳେ ଏନେଇ ସରକାରଙ୍କ ପାଖରେ କିଛି ଖବର ନ ଥିଲା।

ଯେଉଁ ଦଲାଲ ସେମାନଙ୍କୁ ନେଇ ଆନ୍ଧ୍ରରେ ବିକ୍ରି କରିଥିଲା ତାକୁ ପୁଲିସ୍‌ ଗିରଫ କରିନି। ପୁଲିସ୍‌, ଶ୍ରମ ବିଭାଗ, ସରକାର ସମ୍ପୂର୍ଣ୍ଣ ନୀରବ। ରାଜ୍ୟ ସରକାର  ୨ ଲକ୍ଷ ଲେଖା,  ଫାର୍ମ ମାଲିକ ୫ ଲକ୍ଷ ଓ ଆନ୍ଧ୍ର ସରକାର ୩ ଲକ୍ଷ ଲେଖା ଟଙ୍କା  ଦେଇ ଚୁପ୍‌ ବସିଛନ୍ତି।

ହେଲେ ଏହି ଘଟଣାର ତଦନ୍ତ କରି ପ୍ରକୃତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ପ୍ରଦେଶ କଂଗ୍ରେସ କମିଟି  ।  ୭ ଦିନରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆନଗଲେ ଗୁଣୁପୁର ସବ୍‌ଡିଭିଜନ ସମ୍ପୂର୍ଣ୍ଣ ବନ୍ଦ ହେବ। ଏପରିକି ନ୍ୟାୟ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ତ ହେବୁ ବୋଲି ଚେତାବନୀ ଦେଇଛନ୍ତି ପ୍ରଦୀପ।

The post ‘ଶର୍ଟ ସର୍କିଟ ନୁହେଁ, ଆନ୍ଧ୍ରରେ ୬ ଓଡ଼ିଆଙ୍କୁ ପୋଡ଼ି ପାଉଁଶ କରିଦେଲେ’ appeared first on Odisha Reporter.



from Odisha Reporter https://ift.tt/2XTbblO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages