କାବୁଲରୁ ଅପହରଣ ହେଲା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

କାବୁଲରୁ ଅପହରଣ ହେଲା ବିମାନ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବିମାନ ଅପହରଣ।  ଫସିଥିବା ୟୁକ୍ରେନ୍‌ ଲୋକଙ୍କୁ ଆଣିବାକୁ ଯାଇଥିବା ବିମାନକୁ ଅପହରଣ କରିନିଆଯାଇଛି। କିଛି ଅଚିହ୍ନା ବ୍ୟକ୍ତି ବିମାନକୁ ଅପହରଣ କରିନେଇ ଇରାନ ନେଇ ଆସିଥିବା ଜଣାପଡିଛି। ମଙ୍ଗଳବାର ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ‘ଗତ ରବିବାର ଦିନ ଆମ ବିମାନକୁ କିଛି ଲୋକ ଅପହରଣ କରି ନେଇଥିଲେ। ମଙ୍ଗଳବାର ଦିନ ଏହି ବିମାନକୁ ଇରାନ ନିଆଯାଇଛି। ୟୁକ୍ରେନ ନାଗରିକଙ୍କୁ ଏୟାରଲିଫ୍ଟ କରିବା ପରିବର୍ତ୍ତେ ବିମାନରେ ଥିବା କିଛି ଲୋକ ଏହାକୁ ଇରାନକୁ ନେଇଯାଇଛନ୍ତି। ସେହିପରି ଆମର ଅନ୍ୟ ତିନୋଟି ବିମାନ ଉଡ଼ାଣ ଉଦ୍ୟମ ସଫଳ ହୋଇପାରି ନାହିଁ, କାରଣ ଆମର ଲୋକମାନେ ବିମାନବନ୍ଦରରେ ପହଞ୍ଚି ପାରି ନଥିଲେ।’

ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀଙ୍କ କହିବା ମୁତାବକ, ‘ଅପହରଣକାରୀମାନେ ସଶସ୍ତ୍ର ଥିଲେ। ତେବେ ଏହାକୁ କିଏ ହାଇଜ୍ୟାକ୍‌ କରିନେଇଛି ସେ ନେଇ କିଛି ଜଣାପଡି ନାହିଁ।’ ତେବେ ବିମାନରେ କ’ଣ ଘଟିଛି କିମ୍ବା ଏହି ବିମାନକୁ ଫେରାଇ ଆଣିବାକୁ ଚେଷ୍ଟା କରିବ କି ନାହିଁ ସେ ସମ୍ପର୍କରେ ମନ୍ତ୍ରୀ କିଛି ତଥ୍ୟ ଦେଇ ନାହାଁନ୍ତି। ଏଥିସହ, ୟୁକ୍ରେନ ନାଗରିକମାନେ କାବୁଲରୁ କିପରି ଫେରି ଆସିଲେ ଏବଂ ଯାତ୍ରୀମାନଙ୍କୁ ଫେରାଇବା ଆଣିବା ପାଇଁ ଦ୍ୱିତୀୟ ବିମାନ ପଠାଗଲା କି ନାହିଁ ସେ ନେଇ ମଧ୍ୟ କିଛି ସୂଚନା ଦେଇନାହାନ୍ତି।

ସେପଟେ ଇରାନ୍‌ର ଜଣେ ମନ୍ତ୍ରୀ ଦାବି କରିଛନ୍ତି, ‘ଉକ୍ତ ୟୁକ୍ରେନ ବିମାନଟି ନର୍ଥ-ଇଷ୍ଟ ଇରାନର ପ୍ରସିଦ୍ଧ ବିମାନ ବନ୍ଦରରେ ଓହ୍ଲାଇଥିଲା। କିନ୍ତୁ ରିଫ୍ୟୁଲିଂ ପରେ ସେଠାରୁ ୟୁକ୍ରେନ ପାଇଁ ଉଡାଣ ଭରିଥିଲା। ଏଥିସହ ବିମାନଟି କିଭ ବିମାନବନ୍ଦରରେ ଲ୍ୟାଣ୍ଡ ମଧ୍ୟ କରିଥିଲା।’

ସୂଚନା ମୁତାବକ, ୟୁକ୍ରେନ ତରଫରୁ ଲଗାତର ଆଫଗାନିସ୍ଥାନରୁ ନିଜ ନାଗରିକଙ୍କୁ ରେସ୍‌କ୍ୟୁ କରାଯାଉଛି। ରିପୋର୍ଟ ମୁତାବକ ଏବେ ଯାଏଁ ପ୍ରର୍‌ ୮୩ ଜଣଙ୍କୁ କାବୁଲରୁ କିଭ ଅଣାଯାଇଛି। ଏଥିରେ ୩୧ ଜଣ ୟୁକ୍ରେନ ନଗରିକ ଅଛନ୍ତି। ସେପଟେ ଏବେବି ଆଫଗାନିସ୍ତନାରେ ୧୦୦ରୁ ଅଧିକ ୟୁକ୍ରେନ ନାଗରିକ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବାକୁ ଚେଷ୍ଟା ଜରି ରଖିଛି ୟୁକ୍ରେନ।

 

The post କାବୁଲରୁ ଅପହରଣ ହେଲା ବିମାନ appeared first on Odisha Reporter.



from Odisha Reporter https://ift.tt/3Df6QJW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages