ସୁପ୍ରିମକୋର୍ଟ ଆଗରେ ଆତ୍ମହୂତି ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ, ସାଂସଦଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

ସୁପ୍ରିମକୋର୍ଟ ଆଗରେ ଆତ୍ମହୂତି ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ, ସାଂସଦଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ବିଏସ୍‌ପି ସାଂସଦ ଅତୁଲ ରାୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି କିଛି ଦିନ ତଳେ ସୁପ୍ରିମକୋର୍ଟଙ୍କ ଗେଟ୍‌ ଆଗରେ ଆତ୍ମହୂତି ଉଦ୍ୟମ କରିଥିବା ଜଣେ ୨୪ ବର୍ଷୀୟ ଯୁବତୀଙ୍କ ଶେଷରେ ମୃତ୍ୟୁ ଘଟିଛି। ୨୦୧୯ରେ ଉତ୍ତର ପ୍ରଦେଶର ଘୋଷି ସାଂସଦ ଅତୁଲ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ।

ହେଲେ ବାରାଣସୀ ପୁଲିସ୍‌ ତାଙ୍କୁ ନ୍ୟାୟ ଦେବା ବଦଳରେ ହଇରାଣ କରୁଥିବା ସେ କହିବା ସହ ଯୁବତୀ ଜଣଙ୍କ ଅଗଷ୍ଟ ୧୬ ତାରିଖରେ ତାଙ୍କ ପୁରୁଷ ବନ୍ଧୁକଙ୍କ ସହ ସୁପ୍ରିମକୋର୍ଟଙ୍କ ଗେଟ୍‌ ସମ୍ମୁଖରେ ଆତ୍ମହୂତି ଉଦ୍ୟମ କରିଥିଲେ। ଶନିବାର ତାଙ୍କ ପୁରୁଷ ବନ୍ଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ଯୁବତୀ ଜଣଙ୍କ ଆଖି ବୁଜିଛନ୍ତି।

ଉଭୟ ଦିଲ୍ଲୀର ରାମ ମନୋହର ଲୋହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରମାନେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନାହିଁ। ଆତ୍ମହୂତି କରିବା ପୂର୍ବରୁ ପୀଡ଼ିତା ଓ ତାଙ୍କ ବନ୍ଧୁ ଫେସବୁକ୍ ଲାଇଭ୍ କରି ବାରାଣସୀ ପୁଲିସ କେମିତି ତାଙ୍କୁ ହଇରାଣ କରୁଛି, ସେ ବିଷୟରେ ସୂଚନା ଦେଇଥିଲେ। ବାରାଣସୀ ପୁଲିସ୍‌ ଅଭିଯୁକ୍ତ ସାଂସଦ ଓ ତାଙ୍କ ପରିବାର ଲୋକଙ୍କ ସହ ମିଶି ତାଙ୍କ ବିରୋଧରେ ମାମଲା କରିଥିବା ସେ ଅଭିଯୋଗ କରିଥିଲେ।

୨୦୧୯ ମସିହା ମେ’ ମାସରେ ପୀଡ଼ିତା ଜଣଙ୍କ ସାଂସଦ ଅତୁଲ ରୟ ତାଙ୍କୁ ବାରାଣସୀ ସ୍ଥିତ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଅଭିଯୋଗର ମାସକ ପରେ ଅତୁଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ସେବେଠାରୁ ସେ ଜେଲରେ ରହିଛନ୍ତି। ତେବେ ୨୦୨୦ ମସିହା ନଭେମ୍ବର ମାସରେ ଅତୁଲଙ୍କ ଭାଇ ପୀଡ଼ିତାଙ୍କ ନାଁରେ ଗୋଟିଏ ଠକେଇ ମାମଲା ରୁଜୁ କରିଥିଲେ। ଏହାପୂର୍ବରୁ ବାରାଣସୀର ଗୋଟିଏ କୋର୍ଟ ପୁଲିସର ଅଭିଯୋଗକୁ ଭିତ୍ତି କରି ଯୁବତୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ପୀଡ଼ିତାଙ୍କ କୌଣସି ପତ୍ତା ମିଳୁ ନଥିବା ପୁଲିସ୍‌ ବାରମ୍ବାର କୋର୍ଟଙ୍କୁ କହିବାରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା।

ଏଥିରେ ଭୟଭୀତ ହୋଇ ପୀଡ଼ିତା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଦିଲ୍ଲୀ ଚାଲି ଆସିଥିଲେ। ଏଠାରେ ଫେସବୁକ ଲାଇଭରେ ଉଭୟ ସବୁ କଥା କହିବା ପରେ ସୁପ୍ରିମକୋର୍ଟଙ୍କ ଗେଟ୍‌ ଆଗରେ ଆତ୍ମହୂତି ଉଦ୍ୟମ କରିଥିଲେ। ଏହି ଆତ୍ମହୂତି ଉଦ୍ୟମ ପରେ ଉତ୍ତର ପ୍ରଦେଶ ସରକାର ଅଗଷ୍ଟ ୧୮ରେ ୨ ଜଣ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ଏଥିସହ ଘଟଣାର ତଦନ୍ତ ଭାର ଏସଆଇଟିକୁ ଦେଇଥିଲେ।

The post ସୁପ୍ରିମକୋର୍ଟ ଆଗରେ ଆତ୍ମହୂତି ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ, ସାଂସଦଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3jf6mLH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages