ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ଷ୍ଟାଫ ସିଲେକ୍ସନ ବୋର୍ଡ ବିବାଦ ପରେ ଏବେ ଓପିଏସସି ବା ଓଡିଶା ପବ୍ଲିକ ସର୍ଭିସ କମିଶନକୁ ନେଇ ବିବାଦ ଦେଖାଦେଇଛି। ତ୍ରୁଟିପୂର୍ଣ୍ଣ ପରୀକ୍ଷା ସହ ୟୁପିଏସସି ପରୀକ୍ଷା ସମୟରେ ଚଳିତବର୍ଷ ପୁଣି ଓପିଏସସି ପରୀକ୍ଷା କରିବା ନିଷତ୍ତିକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀ।
୨୦୧୭ ମସିହାରେ ରଜତ କୁମାର ମିଶ୍ର ନାମକ ଜଣେ ପରୀକ୍ଷାର୍ଥୀ ଓପିଏସସି ପରୀକ୍ଷା ଦେଇଥିଲେ। ହେଲେ ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଯୋଗୁଁ ସେ ମେରିଟ୍ ଲିଷ୍ଟରୁ ବାଦ ପଡିଥିବା ଅଭିଯୋଗ କରିଛନ୍ତି। ପରୀକ୍ଷା ଖାତାର ନକଲ ପାଇବା ପରେ ସେ ଜାଣିବାକୁ ପାଇଛନ୍ତି ଯେ ତାଙ୍କର ମୂଲ୍ୟାଙ୍କନରେ ତ୍ରୁଟି ଥିଲା। ଏ ବାବାଦରେ ସେ ବାରମ୍ଭାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ କର୍ତ୍ତୃପକ୍ଷ ନେଇନଥିବା ସେ ଅଭିଯୋଗ କରିଛନ୍ତିା
ଏମତିକି ଜଣେ ପରୀକ୍ଷାର୍ଥୀ ଗୋଟିଏ ବିଷୟରେ ପରୀକ୍ଷା ନ ଦେଇ ମଧ୍ୟ ମେରିଟ ଲିଷ୍ଟରେ ତାଙ୍କ ନାଁ ବାହାରିଥିବା ସେ ଅଭିଯୋଗ କରିଛନ୍ତିା ପରୀକ୍ଷା ଫଳ ପ୍ରତିବର୍ଷ ବାହାର ନ କରି ଜାଣିଶୁଣି ବିଳମ୍ବ କରି ପରବର୍ତ୍ତି ବର୍ଷ ପାଇଁ କିଭଳି ପରୀକ୍ଷା କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ଓପିଏସସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
The post OPSCକୁ ନେଇ ବିବାଦ, ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ appeared first on Odisha Reporter.
from Odisha Reporter https://ift.tt/2WfZIfO
No comments:
Post a Comment