କୋଣାର୍କ(ସଞ୍ଜୟ ପତି): ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ଜଣାଯାଇଛି। ଏପରି ଘଟଣା ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନିକଟରେ ଆଜି ସକାଳୁ ଘଟିଛି। ନିଖୋଜ ମତ୍ସ୍ୟଜୀବୀ ହେଲେ ନୋଳିଆ ସାହିର ଏକେ ଆପୋଲୋ ରାଜୁ।
ଆଜି ସକାଳେ ଚନ୍ଦ୍ରଭାଗା ନୋଳିଆ ସାହିର ୫ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ମାତ୍ର କୂଳରୁ ଅଳ୍ପ ବାଟ ଯିବା ପରେ ଡଙ୍ଗାଟି ଓଲଟି ପଡ଼ିଥିଲା। ୪ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଆସିଥିବା ବେଳେ ଆପୋଲୋ ରାଜୁ ନିଖୋଜ ହୋଇଯାଇଛନ୍ତି।
ଖବର ପାଇ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଡଙ୍ଗାଟି ମାଡ଼ ହେବାରୁ ଆପୋଲୋ ରାଜୁ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି।
The post ମାଛ ମାରିବାକୁ ଯାଉଥିଲେ ୫ ମତ୍ସ୍ୟଜୀବୀ, ବୁଡ଼ିଗଲା ଡଙ୍ଗା appeared first on Odisha Reporter.
from Odisha Reporter https://ift.tt/3DpLpFS
No comments:
Post a Comment