ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ଲଭଲିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ଲଭଲିନା

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍ ସେମିଫାଇନାଲରେ ହାରିଯାଇଛନ୍ତି। ଏଥିସହ ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମହିଳା ୱେଲ୍ଟର (୬୪-୬୯ କେଜି) ସେମିଫାଇନାଲରେ ଲଭଲିନା ତୁର୍କୀର ବୁସେନାଜ ସୁର୍ମେନେଲୀଙ୍କୁ ଭେଟିଥିଲେ। କିନ୍ତୁ ଦୁନିଆର ଏକ ନମ୍ବର ବକ୍ସରଙ୍କ ଆଗରେ ଲଭଲିନା ଦମ୍ ଦେଖାଇ ପାରିନଥିଲେ। ଯେଉଁ କାରଣରୁ ଲଭଲିନା ୦-୫ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଯଦିଓ ଲଭଲିନା ସେମିରେ ପହଞ୍ଚି ପଦକ ପକ୍କା କରିସାରିଥିଲେ, ସେଥିପାଇଁ ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅଲିମ୍ପିକ୍ସ ଇତିହାସରେ ବକ୍ସିଂରେ ପଦକ ଜିତିବାରେ ଲଭଲିନା ତୃତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ବିଜେନ୍ଦର ସିଂହ (୨୦୦୮) ଓ ଏମ୍‌ସି ମ୍ୟାରୀକମ୍ (୨୦୧୨) ବ୍ରୋଞ୍ଜ ପଦକ ଜିତିଥିଲେ।

ଲଭଲିନାଙ୍କ ବ୍ରୋଞ୍ଜ ପଦକକୁ ମିଶାଇ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚି ଯାଇଛି। ଯାହାକି ୨୦୧୬ ରିଓ ଅଲିମ୍ପିକ୍ସ ତୁଳନାରେ ଭାରତ ଆଉ ଗୋଟିଏ ଅଧିକ ପଦକ ଜିତିବାରେ ସଫଳ ହୋଇଛି। ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ଭାରୋତ୍ତୋଳକ ମୀରାବାଈ ଚାନୁ। ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ବ୍ୟାଡିମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ବକ୍ସିଂ ସେମିଫାଇନାଲରେ ଲଭଲିନା ବିଶ୍ୱର ଏକ ନମ୍ବର ବକ୍ସରଙ୍କ ନିକଟରେ ଆଦୌ ତିଷ୍ଠିପାରି ନଥିଲେ। ତୁର୍କୀ ବକ୍ସରଙ୍କ ପ୍ରତିଟି ପଞ୍ଚ୍ ଲଭଲିନାଙ୍କ ଉପରେ ଭାରୀ ପଡ଼ିଥିଲା। ତିନୋଟି ଯାକ ରାଉଣ୍ଡ ଫଳାଫଳ ବୁସେନାଜଙ୍କ ସପକ୍ଷରେ କରିଥିଲେ ୫ଟି ଯାକ ଜଜ୍। ପ୍ରଥମ ରାଉଣ୍ଡରେ ବୁସେନାଜ ଭାରତୀୟ ବକ୍ସରଙ୍କ ଉପରେ ଭାରୀ ପଡ଼ିଥିଲେ। ବୁସେନାଜ ପ୍ରଥମ ରାଉଣ୍ଡ ୫-୦ରେ ଜିତି ନେଇଥିଲେ।

ଲଭଲିନାଙ୍କ ପାଖରେ ପ୍ରତ୍ୟାବର୍ତ୍ତନ ପାଇଁ ଦୁଇ ରାଉଣ୍ଡ ଥିଲା। ଲଭଲିନାଙ୍କୁ ରେଫରୀ ପ୍ରଥମ ରାଉଣ୍ଡରେ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ଲଭଲିନା ଲଗାତର ପଞ୍ଚ ମାରିବାରେ ଲାଗିଥିଲେ। ଯେଉଁ କାରଣରୁ ରେଫରୀ ମଝିରେ ଖେଳକୁ ରୋକି ତାଙ୍କୁ ବୁଝାଇଥିଲେ।

ଦ୍ୱିତୀୟ ରାଉଣ୍ଡରେ ଉଭୟ ଲଭଲିନା ଓ ବୁସେନାଜ ପରସ୍ପରକୁ ପଞ୍ଚ ମାରିଥିଲେ। ବିରୋଧୀ ବକ୍ସରଙ୍କ ଠାରୁ ଦୂରେଇ ରହି ପଞ୍ଚ୍ ମାରିବାକୁ ଲଭଲିନାଙ୍କ କୋଚ୍ ବାରମ୍ବାର ତାଙ୍କୁ କହୁଥିଲେ। କିନ୍ତୁ ଲଭଲିନାଙ୍କ ତୁଳନାରେ ତୁର୍କୀ ବକ୍ସର ଜଣକ ଦମଦାର ହୁକ୍ ମାରିଥିଲେ। ଏହିପରି ଭାବେ ଲଭଲିନା ଦ୍ୱିତୀୟ ରାଉଣ୍ଡ ବି ହାରି ଯାଇଥିଲେ ଏବଂ ଏଥର ତାଙ୍କ ଗୋଟିଏ ପେନାଲ୍ଟି ପଏଣ୍ଟ ମଧ୍ୟ ମିଳିଥିଲା।

ମୁକାବିଲା ଜିତିବା ପାଇଁ ଲଭଲିନାଙ୍କୁ ତୃତୀୟ ରାଉଣ୍ଡରେ ସର୍ବଶ୍ରେଷ୍ଠ କିମ୍ବା ନକଆଉଟ୍ ପଞ୍ଚ୍‌ର ଆବଶ୍ୟକ ଥିଲା। ହେଲେ ତୁର୍କୀ ବକ୍ସରଙ୍କ ଚତୁରତାକୁ ଲଭଲିନା ବୁଝିପାରିନଥିଲେ। ଯେଉଁ କାରଣରୁ ଲଭଲିନା ତୃତୀୟ ରାଉଣ୍ଡରେ ମଧ୍ୟ ହାରିଯାଇଥିଲେ।

The post ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ଲଭଲିନା appeared first on Odisha Reporter.



from Odisha Reporter https://ift.tt/2Vm5Our

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages