ଗୌହାଟୀ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସପକ୍ଷରେ ସୋଶାଲ ମିଡିଆରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି। ତାଲିବାନୀଙ୍କ ସମର୍ଥନରେ ମତ ରଖିଥିବା ୧୪ ଜଣଙ୍କୁ ଆସାମ ପୁଲିସ୍ ଗିରଫ କରିଛି। ଏମାନେ ସମସ୍ତେ ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରେ ତାଲିବାନର ଆଫଗାନ ଦଖଲକୁ ଠିକ୍ ବୋଲି କହି ମତ ରଖିଥିଲେ।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ଆସାମର ବିଭିନ୍ନ ପ୍ରାନ୍ତରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନାଁରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ, ଆଇଟି ଆକ୍ଟ ଓ ସିଆରପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଏଥିସହ ପୁଲିସ୍ ଲୋକମାନଙ୍କୁ ସୋଶାଲ ମିଡିଆରେ କୌଣସି ପୋଷ୍ଟ କରିବା ପୂର୍ବରୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଏବେ ପୁଲିସ୍ର ନଜର ବିଭିନ୍ନ ସୋଶାଲ ସାଇଟ ଉପରେ ରହିଛି।
#assampolice are taking stern legal action against pro #Taliban comments in the social media platform that are harmful to the National Security. We’re registering criminal cases against such persons. Please inform the police if any such thing comes to your notice
— Violet Baruah IPS (@violet_baruah) August 21, 2021
ପୁଲିସ୍ କହିଛି ଯେ କାମରୂପ ମେଟ୍ରୋପଲିଟାଣ୍ଟ, ବାରପେଟା, ଡୁବ୍ରି ଓ କରିମଗଞ୍ଜରୁ ୨ ଜଣ ଲେଖାଏ ଲୋକଙ୍କୁ ଗିରଫ କରାଯାଇଛି। ସେହିପରି ଡାରଙ୍ଗ, ଚାଚର, ହାଇଲାଖଣ୍ଡି, ଦକ୍ଷିଣ ସାଲମାରା, ଗୋଲପରା ଓ ହୋଜାଇ ଜିଲ୍ଲାରୁ ଜଣେ ଲେଖାଏ ବ୍ୟକ୍ତି ଗିରଫ ହୋଇଛନ୍ତି।
ଯେଉଁମାନେ ତାଲିବାନର ସମର୍ଥନ କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
The post ତାଲିବାନର ସମର୍ଥନରେ ପୋଷ୍ଟ କରି ଆସାମରୁ ୧୪ ଗିରଫ appeared first on Odisha Reporter.
from Odisha Reporter https://ift.tt/3k7zfsy
No comments:
Post a Comment