ନୂଆଦିଲ୍ଲୀ: ଏଆଇଏମଆଇଏମ୍ ମୁଖ୍ୟ ତଥା ସାଂସଦ ଅସଦ୍ଦୁଦ୍ଧିନ୍ ଓଓ୍ୱେସୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ। ଅସଦ୍ଦୁଦ୍ଧିନ୍ ଓଓ୍ୱେସୀ ଗତକାଲି ଆଫଗାନିସ୍ତାନ ପ୍ରସଙ୍ଗରେ ମୋଦି ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର କହି ସରକାରକୁ ଘେରିଥିଲେ।
ଯେଉଁଥିରେ ଅସଦ୍ଦୁଦ୍ଧିନ୍ ଓଓ୍ୱେସୀ କହିଥିଲେ ଦେଶରେ ପ୍ରତି ୯ ଜଣ ଜଣଙ୍କ ମଧ୍ୟରେ ଜଣେ ଝିଅ ୫ ବର୍ଷ ପୂରଣ କରିବାରୁ ପ୍ରାଣ ହରାଉଛି। ଦେଶରେ ଏବେ ବି ମହିଳାଙ୍କ ବିରୋଧରେ ଅପରାଧ ଏବଂ ନିର୍ଯାତନା ରହିଛି। ହେଲେ ମୋଦି ସରକାର ଆଫଗାନିସ୍ତାନର ମହିଳାଙ୍କ କଥା ବିଚାର କରୁଛନ୍ତି। ପ୍ରଥମେ କେନ୍ଦ୍ର ସରକାର ନିଜ ଦେଶର ମହିଳାଙ୍କ କଥା ବିଚାର କରିବା ଦରକାର। ପରେ ଯାଇ ଅନ୍ୟ ଦେଶର ମହିଳାଙ୍କ କଥା ବିଚାର କରିବେ।
ଆଜି କେନ୍ଦ୍ରମନ୍ତ୍ରୀ ଶୋଭା ଅସଦ୍ଦୁଦ୍ଧିନ୍ ଓଓ୍ୱେସୀଙ୍କୁ କାଉଣ୍ଟର କରିବାକୁ ଯାଇ କହିଛନ୍ତି, ଅସଦ୍ଦୁଦ୍ଧିନ୍ ଓଓ୍ୱେସୀ ଏବେ ଆଫଗାନିସ୍ତାନ ଯିବାର ଆବଶ୍ୟକ ରହିଛି। ସେ ଆଫଗାନିସ୍ତାନ ଗଲେ ତାଙ୍କ ସମ୍ପ୍ରଦାୟର ମହିଳାଙ୍କୁ ସୁରକ୍ଷିତ ରଖିପାରିବେ।
It is better to send Owaisi (Asaduddin Owaisi) to Afghanistan to protect their women and their community: Union Minister Shobha Karandlaje pic.twitter.com/GPsY296SSj
— ANI (@ANI) August 20, 2021
ଅସଦ୍ଦୁଦ୍ଧିନ୍ ଓଓ୍ୱେସୀ କହିଥିଲେ, ତାଲିବାନକୁ ପାକିସ୍ତାନ ସମର୍ଥନ କରୁଛି। ଏବେ ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ତେଣୁ ଏବେ ପାକିସ୍ତାନ ଲାଭବାନ ହୋଇଛି। ସେ କହିଛନ୍ତି ବିଶେଷଜ୍ଞ କହୁଛନ୍ତି ଅଲ କାଏଦା ଏବଂ ଦାଏଶ ଏବେ ଆଫଗାନିସ୍ତାନର କିଛି କିଛି ସ୍ଥାନରେ ପହଞ୍ଚିଗଲେଣି। ‘ଆଇଏସଆଇ’ ଭାରତର ଶତ୍ରୁ। ତାଲିବାନକୁ ଆଇଏସଆଇ ନିଜ ନିୟନ୍ତ୍ରଣରେ ରଖିଛି ଏବଂ ତାଲିବାନକୁ ନିଜ ଇଚ୍ଛା ଅନୁସାରେ ନଚଉଛି।
ଏହା ପୂର୍ବରୁ ସୋମବାର ଏହି ଏଆଇଏମଆଇଏମ୍ ନେତା କହିଥିଲେ ଭାରତ ଏବେ ତାଲିବାନ ସହିତ କଥାବାର୍ତ୍ତା କରିବା ପ୍ରକ୍ରିୟା ଆରମ୍ଭ କରିବା ଦରକାର। ଏବେ ଆଫଗାନିସ୍ତାନ ତାଲିବାନର ନିୟନ୍ତ୍ରଣରେ ରହିଛି। ଆମର ତାଲିବାନ ସହିତ କୌଣସି ଯୋଗାଯୋଗ ନାହିଁ। ସମସ୍ତ ଅନ୍ତର୍ଜାତୀୟ ସୁରକ୍ଷା ସଂସ୍ଥା ଏବେ ତାଲିବାନ ସହିତ କଥାବାର୍ତ୍ତା କରିବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ବିଗତ ୭ ବର୍ଷ ହେବ କେନ୍ଦ୍ର ସରକାର ଆଫଗାନିସ୍ତାନର ସ୍ଥିତିକୁ ପଢ଼ିବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।
The post ‘ଓଓ୍ୱେସୀ ଆଫଗାନିସ୍ତାନ ଯାଇ ତାଙ୍କ ମହିଳାଙ୍କୁ ଉଦ୍ଧାର କରନ୍ତୁ’ appeared first on Odisha Reporter.
from Odisha Reporter https://ift.tt/2Wahalg
No comments:
Post a Comment