ବର୍ଷିଲେ ତାରା, କହିଲେ- ପିସିସି ସଭାପତି ପଦ ପାଇଁ ନିରଞ୍ଜନ ଯୋଗ୍ୟ ନୁହଁନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 20, 2021

ବର୍ଷିଲେ ତାରା, କହିଲେ- ପିସିସି ସଭାପତି ପଦ ପାଇଁ ନିରଞ୍ଜନ ଯୋଗ୍ୟ ନୁହଁନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କଂଗ୍ରେସରେ ରହିବି, ହେଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ।  ସେ ବିବାଦର ସମାଧାନ କରିବା ବଦଳରେ ଏହାକୁ ବଢ଼ାଉଛନ୍ତି। ତାଙ୍କର ବୟସ ହେଇଗଲାଣି। ସେ ପିସିସି ସଭାପତି ପଦ ଛାଡି ଦେବା କଥା। ଜଣେ ମହିଳା ଜିଲ୍ଲା ସଭାପତିଙ୍କ ସହ କେମିତି ବ୍ୟବହାର କରାଯାଏ, ସେ ଜାଣି ନାହାନ୍ତି।’ ଏମିତି କିଛି ପ୍ରତିକ୍ରିୟା ଦେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ସେ କହିଛନ୍ତି, ପିସିସି ସଭାପତି ପଦ କ’ଣ ତାଙ୍କ (ନିରଞ୍ଜନ ପଟ୍ଟନାୟକ) ପୈତୃକ ସମ୍ପତ୍ତି। ପିସିସି ସଭାପତି ପଦ ପାଇଁ ସେ ଯୋଗ୍ୟ ନୁହନ୍ତି। ମୋ ସମ୍ମାନ ଉପରକୁ ଆଞ୍ଚ ଆସିଛି। ଦରକାର ପଡ଼ିଲେ ବିଧାନସଭାରୁ ଇସ୍ତଫା ଦେବି । ପୁଣି ଥରେ ଲଢ଼ିବି। ଦିଲ୍ଲୀ ଯାଏ ଯିବି।

ତାରା କହିଛନ୍ତି, ପୂର୍ବତନ ବିଧାୟକ କୈଳାସ କୁଲେସିକା ଯଶବନ୍ତପୁର ଓ ନାରାୟଣପାଟଣା ବ୍ଲକ ସଭାପତି ନିଯୁକ୍ତି ନିମନ୍ତେ ଟଙ୍କା ମାଗାଯାଇଥିବା ଅଭିଯୋଗ ଆଣି ଜିଲ୍ଲା ସଭାପତି (ମୀନାକ୍ଷୀ ବାହିନୀପତି) ଓ ମୋ ବିରୋଧରେ ଫେସବୁକ୍‌ରେ ଛାଡ଼ିଲେ।  ନିର୍ବାଚନର ଅଢ଼େଇ ବର୍ଷ ପରେ ଟଙ୍କା ମାଗିବା ଘଟଣା କିପରି ଉଠିଲା? ଏନେଇ ପିସିସି ସଭାପତିଙ୍କ ସହ ଜିଲ୍ଲା ସଭାପତି କଥା ହେଲେ। ଯଦି କୈଳାସ କୁଲେସିକା ଜିଲ୍ଲାରେ ରହିବେ, ତା’ହେଲେ ଏନେଇ ଜିଲ୍ଲା ସଭାପତିଙ୍କୁ କାହିଁକି ଜଣାଗଲା ନାହିଁ? କୈଳାସ କୁଲେସିକା ଦଳ ଛାଡ଼ିବା ନିଷ୍ପତ୍ତି ପ୍ରତ୍ୟାହାର କଲେ ବୋଲି କାହିଁକି ଜିଲ୍ଲା ସଭାପତିଙ୍କୁ ନିରଞ୍ଜନ ପଟ୍ଟନାୟକ ଜଣାଇଲେ ନାହିଁ? ଯେଉଁମାନେ ଦଳକୁ ବିଶୃଙ୍ଖଳିତ କରୁଛନ୍ତି, ଇସ୍ତଫା ଦେବେ ବୋଲି ଧମକ ଦେଉଛନ୍ତି, ତାଙ୍କୁ ସୁଯୋଗ  ଦିଆଯାଉଛି।  କଂଗ୍ରେସ ଦିନକୁ ଦିନ ତଳକୁ ତଳ ଯାଉଛି। ଆମେ  ଲଢ଼େଇ ଜାରି ରଖିବୁ।

ସେ ଆହୁରି କହିଛନ୍ତି, ବିଜେଡି ବିଧାୟକ ନବୀନଙ୍କ ନାଁରେ ଜିତନ୍ତି।  ମୋଦିଙ୍କ ନାଁରେ ବିଜେପି ବିଧାୟକ ଜିତନ୍ତି । କଂଗ୍ରେସ ବିଧାୟକ କିନ୍ତୁ ନିରଞ୍ଜନଙ୍କ ନାଁରେ ଜିତିପାରନ୍ତି ନାହିଁ।

ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବାରୁ କିଛି ଦିନ ପୂର୍ବେ ପିସିସି ସଭାପତିଙ୍କ ଉପରେ ଗର୍ଜିଥିଲେ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନିପତି।  ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।

ମୀନାକ୍ଷୀ କହିଥିଲେ, ଉକ୍ତ ପ୍ରେଟସମିଟ୍‌ରେ ଜିଲ୍ଲାର ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ ତାଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିଲା। ଏନେଇ ତାରାଙ୍କ ପାଖରେ କିଛି ଖବର ନଥିଲା। ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ। ଏମପି ଯେଉଁ କାମ କରୁଛନ୍ତି, ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି  ଓ ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି, ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହେଁ।

ଏହା ସହିତ ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ମୀନାକ୍ଷୀ କହିଥିଲେ।

The post ବର୍ଷିଲେ ତାରା, କହିଲେ- ପିସିସି ସଭାପତି ପଦ ପାଇଁ ନିରଞ୍ଜନ ଯୋଗ୍ୟ ନୁହଁନ୍ତି appeared first on Odisha Reporter.



from Odisha Reporter https://ift.tt/2WekPPj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages