ଶ୍ରୀନଗର: ଟେରର ଫଣ୍ଡିଂ ମାମଲାରେ ଆକ୍ସନ ମୁଡ୍ରେ ଏନ୍ଆଇଏ। ଜମ୍ମୁ-କାଶ୍ମୀରର ୪୫ଟି ସ୍ଥାନରେ ଏନ୍ଆଇଏ ପକ୍ଷରୁ ଚଢ଼ାଉ ହୋଇଛି। ଜମ୍ମୁ-କାଶ୍ମୀରର୧୪ଟି ଜିଲ୍ଲାରେ ରେଡ୍ କରିଛି ଏନ୍ଆଇଏ। ଟେରର୍ ପଣ୍ଡିଂ ମାମଲାରେ ଏହା ବର୍ତ୍ତମାନର ସବୁଠାରୁ ବଡ଼ ଅପରେସନ୍ ବୋଲି କୁହାଯାଉଛି।
ଚଢ଼ାଉ ଚାଲିଥିବା ୧୪ ଜିଲ୍ଲା ମଧ୍ୟରେ ଶ୍ରୀନଗର, ବୁଡଗାମ, ଗାଣ୍ଡରବାଲ, ବାରାମୁଲ୍ଲା, କୁପୱାଡା, ବାନ୍ଦିପୁର, ଅନନ୍ତନାଗ, ଶୋପିଆନ୍, ପୁଲୱାମା, କୁଲଗାମ, ରାମବାନ୍, ଦୋଡା, କିସ୍ତୱାଡା ଏବଂ ରଜୌରୀ ସାମିଲ ଅଛି। ଏହି ଚଢ଼ାଉରେ ଜଣେ ବରିଷ୍ଟ ଡିଜିଙ୍କ ସହ ଦିଲ୍ଲୀରୁ ଏନ୍ଆଇଏର ଏକ ଟିମ୍ ଅଛି।
ସୂଚନା ମୁତାବକ, ଜମାତ-ଇ-ଇସଲାମିର ଠିକଣା ଉପରେ ଚାଢ଼ାଉ କରାଯାଇଛି। ଗାଣ୍ଡରବାଲରେ ଥିବା ଜମାତ ଜିଲ୍ଲା ସଭାପତିଙ୍କ ଘରେ ରେଡ୍ ହୋଇଛି। ଏଥିସହ ଜମାତ ସହ ଜଡିତ ଅନେକ ଲୋକଙ୍କ ଘରେ ଏନ୍ଆଇଏ ପକ୍ଷରୁ ଛାନ୍ଭିନ୍ କରାଯାଉଛି।
୨୦୧୯ରେ କେନ୍ଦ୍ର ସରକାର ଏହି ସଂଗଠନକୁ ୫ ବର୍ଷ ପାଇଁ ନିଷିଦ୍ଧ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ଜାମ୍ମୁ କାଶ୍ମୀରରେ ସଂଗଠନର କାର୍ଯ୍ୟକଳାପ ଚାଲିଥିଲା। ଜମାତ ହେଉଛି ପାକିସ୍ଥାନୀ ଏବଂ ବିଚ୍ଛିନ୍ନତାବାଦୀ ସମର୍ଥକଙ୍କ ସଂଗଠନ।
The post ଟେରର୍ ଫଣ୍ଡିଂ କେସ୍: ୪୫ଟି ସ୍ଥାନରେ ଚଢ଼ାଉ appeared first on Odisha Reporter.
from Odisha Reporter https://ift.tt/3jBBzaW
No comments:
Post a Comment